Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲା: ପୋଲିସ୍‌ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ପ୍ରତିବାଦ କରି ଡିଜିଙ୍କ ଭୁବନେଶ୍ୱର କ୍ୟାମ୍ପ ଅଫିସ୍ ସହ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ ।

ଘେରାଉ ପାଇଁ ରାଲିରେ ଯାଉଥିବାବେଳେ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଛାତ୍ର କଂଗ୍ରେସ କର୍ମୀଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିଲା । କିଛି କର୍ମୀଙ୍କୁ ପୋଲିସ ଆନ୍ଦୋଳନସ୍ଥଳରୁ ଉଠାଇ ନେଇଥିଲା ।

ତେବେ କଂଗ୍ରେସର ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ସତ୍ୟ ନାୟକ, ରଜତ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.