Latest Odisha News

ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବାକୁ ୬୩ବର୍ଷୀୟ ବୃଦ୍ଧଙ୍କ ୭୫୦ କିଲୋମିଟର ପଦଯାତ୍ରା

ଦିଲ୍ଲୀ: ପାଦରେ ଚାଲି ଚାଲି ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ୬୩ବର୍ଷୀୟ ବୃଦ୍ଧ। ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ବୃଦ୍ଧ ୭୫୦ କିଲୋମିଟର ପଦଯାତ୍ରା କରି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଯାତ୍ରା ସେ ୨୨ଦିନରେ ଅତିକ୍ରମ କରିଛନ୍ତି।

ପିପାରିଆ ଗାଁର ୬୩ବର୍ଷୀୟ ଛୋଟେଲାଲ ଅହିରୱାର ନିଜ ଅଞ୍ଚଳର ଅନୂସୂଚିତ ଜାତି ସମ୍ପ୍ରଦାୟର ସମସ୍ୟା ବିଷୟରେ ଜଣାଇବା ପାଇଁ ଦୂର ଯାତ୍ରା କରିଥିଲେ। ସେ ଦେବରି ଅଞ୍ଚଳରେ କାରଖାନା ସ୍ଥାପନା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଯାହାଦ୍ୱାରା ସେଠାରେ ଲୋକଙ୍କ ରୋଜଗାର ସମସ୍ୟାର ସମାଧାନ ହୋଇପାରିବ।

ତେବେ ଅହିରୱାର ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ପାଇନଥିଲେ। ଯେତେବେଳେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଦିଲ୍ଲୀରେ ପହଞ୍ଚିବାର ସୂଚନା ପାଇଥିଲେ। ସେ ତାଙ୍କ କାର ପଠାଇ ଛୋଟେଲାଲ ଅହିରୱାରଙ୍କୁ ତାଙ୍କ ବାସଭବନକୁ ଡ଼ାକି ରହିବା ଓ ଖାଦ୍ୟ ବ୍ୟବସ୍ଥା କରାଇଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଅନୁରୋଧକୁ ଗ୍ରହଣ କରି ଛୋଟେଲାଲଙ୍କୁ ଭେଟିଥିଲେ। ଯେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ପାଦରେ ଚାଲି ଚାଲି ଦିଲ୍ଲୀ ଆସିବାର ଆବଶ୍ୟକତା କଣ ଥିଲା ପଚାରିଥିଲେ। ସେ ତାଙ୍କର ଉତ୍ତରରେ କହିଥିଲେ, ଯଦି ସେ ପାଦରେ ଚାଲି ଚାଲି ନ ଆସିଥାନ୍ତେ। ତାହେଲେ ସେ ତାଙ୍କୁ ଭେଟିପାରିନଥାନ୍ତେ। ଏହାର ଉତ୍ତର ଶୁଣି ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରିଥିଲେ।

Leave A Reply

Your email address will not be published.