Latest Odisha News

BREAKING NEWS

ମୂର୍ତ୍ତି ବିସର୍ଜନ ସାରି ଫେରିବା ବେଳେ ଅଘଟଣ ,ଓଲଟିଲା ଟ୍ରାକ୍ଟର ୧୧ ମୃତ

ଉତ୍ତରପ୍ରଦେଶ:ସଡକ ଦୁର୍ଘଟଣାରେ ନିମିଷକେ ଚାଲିଗଲା ୧୧ ଜଣଙ୍କ ଜୀବନ । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ଝାନସୀ ଚିରଗାଁଓ ଅଞ୍ଚଳର ଏପରି ଅଘଟଣ ହୋଇଛିା  ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିସର୍ଜନ ସାରି ଫେରୁଥିବାବେଳେ ଚିରଗାଁଓ ନିକଟରେ ଟ୍ରାକ୍ଟର ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।ଟ୍ରାକ୍ଟରରେ ମୋଟ ୩୨ ଜଣ ଲୋକ ଥିଲେ । ଖବର ପାଇଁ ସ୍ଥାନୀୟ ପୋଲିସ ପହଂଚି ଉଦ୍ଧାର କରିବା ସହ ଆହତମାନଙ୍କୁ ମେଡିକାଲ ପଠାଇଛନ୍ତି ।

ଶ୍ରଦ୍ଧାଳୁମାନେ ଟ୍ରାକ୍ଟରର ଟ୍ରଲିରେ ବସି ମୂର୍ତ୍ତି ବିସର୍ଜନ କରି ଫେରୁଥିଲେ । ହଠାତ ରାସ୍ତାରେ ଟ୍ରାକ୍ଟର ଆଗକୁ ଏକ ଗୋରୁପଲ ଚାଲିଆସିଥିଲା । ଗାଇ ପଲ୍ଲଙ୍କୁ ବଞ୍ଚାଇବା ପାଇଁ ଟ୍ରାକ୍ଟର ଓ ଟ୍ରଲି ରାସ୍ତା ତଳକୁ ଖସି ପଡିଥିଲା । ଫଳରେ ଏପରି ଅଘଟଣ ଘଟିଛି।

 

Leave A Reply

Your email address will not be published.