Latest Odisha News

ମମତାଙ୍କ ମୁଣ୍ଡ ଫଟାଇଥିବା ଲାଲୁ ୨୯ ବର୍ଷ ପରେ ନିର୍ଦ୍ଦୋଶରେ ଖଲାସ

କୋଲକାତା: ନିର୍ଦ୍ଦୋଶରେ ଖଲାସ ହେଲେ ଲାଲୁ! ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପଶ୍ଚିମବଙ୍ଗର ଅଲ୍ଲୀପୁର କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଅଭିଯୁକ୍ତ ଲାଲୁ ଆଲମକୁ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୯ ବର୍ଷ ତଳେ ତଥା ୧୯୯୦ ମସିହା ଅଗଷ୍ଟ ୧୬ ତାରିଖରେ ମମତାଙ୍କ କାଳୀଘାଟ ବାସଭବନରେ ମରଣାନ୍ତକ ଆକ୍ରମଣ କରିଥିଲେ ଲାଲୁ ଆଲମ । ଯାହାଫଳରେ ତାଙ୍କର ମୁଣ୍ଡ ଫାଟିଯାଇଥିଲା । ଏହି ଆକ୍ରମଣରେ ମମତା ଗୁରୁତର ଭାବରେ ଆହତ ହୋଇ ଅନେକ ଦିନ ଧରି ମେଡିକାଲରେ ଚିକିତ୍ସାଧିନ ରହିଥିଲେ ।

ପରେ ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ସେତେବେଳେ ମମତା ଭାରତୀୟ ଜାତୀୟ କଂଗ୍ରେସର ପଶ୍ଚିମବଙ୍ଗ ଯୁବ ଶାଖାର ସଭାନେତ୍ରୀ ଥିଲେ । ଏହି ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଲାଲୁ ଆଲମ୍ ସିପିଆଇ(ଏମ୍) ଯୁବ ଶାଖାର ନେତା ଥିଲେ । ସେ ସମୟରେ ବାମ ଦଳ ଶାସନ ଭାର ସମ୍ଭାଳିଥିଲା । ଲାଲୁଙ୍କ ସମେତ ଉକ୍ତ ଚାର୍ଜସିଟରେ ଅନ୍ୟ କେତେ ଜଣଙ୍କର ନାମ ରରହିଥିବା ବେଳେ ସେମାନଙ୍କା ମଧ୍ୟରୁ କେତେ ଜଣ ପ୍ରାଣତ୍ୟାଗ କରିଥିବାବେଳେ ଆଉ କେତେ ଫେରାର ଅଛନ୍ତି ।

ତେବେ ଉକ୍ତ କେସକୁ ଆଗକୁ ବଢାବାରେ କିଛି ଅର୍ଥ ନାହିଁ ଏବଂ ଏହାଦ୍ୱାରା କେବଳ ସରକାରୀ ଅର୍ଥର ଅପବ୍ୟୟ ହେଉଛି ବୋଲି କୋର୍ଟ ବିଚାର କରି ମାମଲାକୁ ବନ୍ଦ କରିଦେଇଥିବା କହିଛନ୍ତି ସରକାରୀ ଓକିଲ ରାଧାକୃଷ୍ଣ ମୁର୍ଖାଜୀ । ଆହୁରି ମଧ୍ୟ ୨୧ ବର୍ଷ ଧରି ବାମ ସରକାର ମଧ୍ୟ ଏହି କେସକୁ ଚପାଇ ରଖିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ୩୪ ବର୍ଷର ବାମ ସରକାର ପରେ ଅର୍ଥାତ୍ ୨୦୧୧ରେ ମମତା ବାନାର୍ଜିଙ୍କ ସରକାର କ୍ଷମତାକୁ ଆସିଥିଲା । ପରେ ସେହି ସମୟରେ ଆଲମ୍ ଏହି ଘଟଣା ପାଇଁ ମମତାଙ୍କୁ କ୍ଷମା ମାଗିଥିଲେ । ପରିଶେଷରେ ୬୨ ବର୍ଷୀୟ ଲାଲୁ ଆଲମ୍ ୨୯ ବର୍ଷ ପରେ ଏହି ଘଟଣାରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।

Comments are closed.