Latest Odisha News

BREAKING NEWS

ଇଡ଼କଲ୍ ଅଡ଼ିଟୋରିୟମରେ ଦିଲ୍ଲୀପ ଶତପଥୀଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ରାଜଧାନୀସ୍ଥିତ ଇଡ଼କଲ୍ ଅଡ଼ିଟୋରିୟମଠାରେ ଗୁରୁବାର ଦିନ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତଃ ଦିଲ୍ଲୀପ ଶତପଥୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଓଡ଼ିଶାର ରାଜନେତା, ପ୍ରଶାସକ, ସାମ୍ବାଦି ତଥା ଅନେକ ଶିକ୍ଷାବିତ । ଇଡ଼କଲ୍ ଅଡ଼ିଟୋରିୟମରେ ଆଜିର ବାତାବରଣ ପ୍ରକୃତରେ ଥିଲା ବେଶ୍ ଭାବପୂର୍ଣ୍ଣ । ସ୍ୱର୍ଗତଃ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଏକାଠି ହୋଇଥିଲେ ବିଭିନ୍ନ ବର୍ଗର ଜ୍ଞାନୀ-ଗୁଣୀ ଜନତା । ଏହି ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଦିଲ୍ଲୀପଙ୍କ ଲେଖା ଶୈଳୀ ଥିଲା ଭିନ୍ନ । ବିଭିନ୍ନ ସମୟରେ ତାଙ୍କର ରାଜନୈତିକ ତଥା ଅର୍ଥନୈତିକ ସ୍ଥିତି ଓ ଖବରକୁ ନେଇ ଓଡ଼ିଶାରେ ଚର୍ଚ୍ଚା ହୋଇଥାଏ । କେବେବି ତାଙ୍କ ମୁହଁରେ ଦୁଃଖୀ ଛାଇ ଦେଖିବାକୁ ମିଳିନି । ତାଙ୍କ ବିୟୋଗରେ ମୁଁ ପ୍ରକୃତରେ ଗଭୀର ଭାବେ ମର୍ମାହତ, ତାଙ୍କର ଆତ୍ମାକୁ ସଦଗତି ଦିଅନ୍ତୁ ।

ପ୍ରମେୟର ଗ୍ରୁପ ଏଡ଼ିଟର୍ ଗୋପାଳକୃଷ୍ଣ ମହାପାତ୍ର ଏହି ସଭାରେ ବେଶ୍ ଭାବପ୍ରବଳ ହୋଇ ପଡ଼ିଥିବା ଦେଖାଯାଇଥିଲା । ଶ୍ରୀ ମହାପାତ୍ର କହିଥିଲେ, ଦିଲ୍ଲୀପ ଜଣେ ମୋର ଭଲ ବନ୍ଧୁ ଥିଲେ । ଏଇ ସପ୍ତାହରେ ଆମେ ବୁଧବାର କିମ୍ବା ଶୁକ୍ରବାର ଦିନ ଏକାଠି ହୋଇଥାଆନ୍ତୁ । ମାତ୍ର ତାହା ପୂର୍ବରୁ ଦିଲ୍ଲୀପ ବାବୁ ବହୁ ଦୂରକୁ ଚାଲିଗଲେ । ସବୁବେଳେ ମୁହଁରେ ହସ ରଖି ହସ ବାଣ୍ଟି ଚାଲିଥିଲେ ସେ ।

ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା କହିଥିଲେ ଯେ, ଦିଲ୍ଲୀପ ଶତପଥୀଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ।

ସେହିପରି ସମାଜ ସମ୍ପାଦକ ବାମାପଦ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଦିଲ୍ଲୀପ ଶତପଥୀଙ୍କ ମୁହଁ ଆଉ କଥାରେ କେବେ ମଧ୍ୟ ବିଷାଦର ଚିହ୍ନବର୍ଣ୍ଣ ମିଳେନି । ଖବର ଲେଖିବା ବେଳେ ଅଫିସର, ନେତାଙ୍କ ବିରୋଧରେ ଲେଖିବା ଆଉ ସେମାନଙ୍କ ସହିତ ଭଲ ସମ୍ପର୍କ ରଖିବା ଜଣେ ସାମ୍ବାଦିକ ଲାଗି ଏକ ମସ୍ତବଡ଼ ଚ୍ୟାଲେଞ୍ଜ, ଯାହାକି ଦିଲ୍ଲୀପ କରିପାରିଛନ୍ତି ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଅରୁଣ ବୋଥ୍ରା ମଧ୍ୟ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ସୁବାସ ସିଂହ, ପ୍ରସାଦ ହରିଚନ୍ଦନ, ସମୀର ମହାନ୍ତି, ଐର ଖାରବେଳ ସ୍ୱାଇଁ, ପ୍ରିୟଦର୍ଶୀ ମିଶ୍ର, ବିଜୟ ନାୟକ, ନାରାୟଣ ରେଡ୍ଡି, ହେମନ୍ତ ରଥ, ତେଜେଶ୍ୱର ପରିଡ଼ା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସୁଧାଂଶୁ ଷଡ଼ଙ୍ଗୀ, ଜାଗିମଙ୍ଗତ ପଣ୍ଡା, ମଧୁ ମହାନ୍ତି ଯୋଗ ଦେଇଥିଲେ ।

ସେହିପରି ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ବସନ୍ତ ଦାସ, ରବି ଦାସ, ପ୍ରସନ୍ନ ମହାନ୍ତି, ଅଧ୍ୟାପକ ଗୋପାଳ ମହାପାତ୍ର, ସୌମିତ୍ର ପଟ୍ଟନାୟକ, ନାଗେଶ୍ୱର ପଟ୍ଟନାୟକ, ଅଶୋକ ଦାସ, ସନ୍ଦୀପ ସାହୁ, ସନ୍ଦୀପ ମିଶ୍ର, ସୁବ୍ରତ ଦାସ, ପ୍ରଦୀପ ଚୌଧୁରୀ, ଅକ୍ଷୟ ପତି, ଦିଲ୍ଲୀପ ହାଲ୍ଲି, ଜିମୂତ ମଙ୍ଗରାଜ, ସନତ ମିଶ୍ର, ଧୀରେନ୍ଦ୍ର ମିଶ୍ର, ସୌମ୍ୟଜିତ ପଟ୍ଟନାୟକ, ଭକ୍ତ ତ୍ରିପାଠୀ, ରାଧା ମାଧବ ମିଶ୍ର, ଅଶୋକ ମହାପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ଅଧ୍ୟାପକ ଟିକାୟତ ନାୟକ, ମୁକେଶ ପରିଡ଼ା, ନିର୍ମାଲ୍ୟ ବେହେରା, କପିଳେନ୍ଦ୍ର ପ୍ରଧାନ, ଶାହା ଜାଫର ଅଲ୍ଲୀ ଏବଂ ଧ୍ରୁବ ଚରଣ ମିଶ୍ର ସ୍ୱର୍ଗତଃ ଶତପଥୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.