Latest Odisha News

BREAKING NEWS

ଝାରସୁଗୁଡା: ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ ମୃତ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ମିର୍ଧାଧେରା ନିକଟରେ ଥିବା ଏକ ବେଆଇନ ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ଘଟି ଜଣେ ଯୁବକର ମୃତ୍ୟୁ ହୋଇଛି ।

ମୃତ ଯୁବକର ନାମ ସୁଶାନ୍ତ ଧୁର୍ବ ଏବଂ ତା ଘର ବ୍ରଜରାଜନଗର ସ୍ଥିତ ଜୁନାଡିହି ଅଞ୍ଚଳରେ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉକ୍ତ ଯୁବକ ଜଣଙ୍କ ବାଣ ଗୋଦାମ ଖୋଲିବାକୁ ଯାଇଥିବାବେଳେ କୌଣସି କାରଣ ବଶତଃ ଅଚାନକ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଗୋଦାମ ଘରର ଛାତ ସମ୍ପୂର୍ଣ୍ଣ ଉଡିଯାଇଥିଲା ବେଳେ ଆଖପାଖ ଘରେ ମଧ୍ୟ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭା କାର୍ଯ୍ୟରେ ଲାଗିପଡିଛି । ଏଥିସହିତ ପେଲିସ ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.