Latest Odisha News

BREAKING NEWS

ଜଳୁଛି ମଣିପୁର: କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ, ୫ରୁ ଉର୍ଦ୍ଧ୍ୱ ମୃତ, ୧୮ ଆହତ

ମଣିପୁର: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । କୁକି ଓ ମୈତୀ ସମ୍ପ୍ରଦାୟ ମଧ୍ୟରେ ଲଗାତର ଗୁଳିବିନିମୟ ଜାରି ରହିଛି । ଫଳରେ ଗତ ୭୨ ଘଣ୍ଟାରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ୧୮ ଜଣ ଆହତ ମଧ୍ୟ ହୋଇଛନ୍ତି । ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକର ପାଦଦେଶ ଓ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗାପେଇ ଓ ଖୌସାବୁଙ୍ଗ ଅଞ୍ଚଳରେ ଏହି ଗୁଳି ବିନିୟମ ହୋଇଥିବା ସୂଚନା ମିଳିଛି ।

ଗତ ମଙ୍ଗଳବାର ଖୋଇରାଣ୍ଟକ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ପରେ ଜଣେ ୩୦ ବର୍ଷୀୟ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ହିଂସା ତୀବ୍ର ରୂପ ଧାରଣ କରିଥିଲା । ସକାଳୁ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗୁଳିବିନିମୟରେ କୁକି ସମ୍ପ୍ରଦାୟର ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହା ପରେ ଚୁରାଚାନ୍ଦପୁର ଜିଲ୍ଲାରେ ଜରୁରୀକାଳୀନ ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.