Latest Odisha News

ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଉପରାଷ୍ଟ୍ରପତି ଆଜି ଦିନ ୧୧ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନ ଯିବେ । ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ । ଅପରାହ୍ଣରେ ଉପରାଷ୍ଟ୍ରପତି କଟକ ଯିବେ । ବିଜୁ ପଟ୍ଟନାୟକ ଛକରେ ଥିବା ଆଦିକବି ଶାରଳା ଦାସଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏଥିସହ ଶାରଳା ସାହିତ୍ୟ ସଂସଦର ୪୦ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସାମିଲ୍ ହେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏହାପରେ ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରୀଯାପନ କରିବେ ଉପରାଷ୍ଟ୍ରପତି । ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ଲୁ ବୁକ୍ ଗାଇଡଲାଇନ୍ ଅନୁସାରେ, ଉପରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ୪୦ ପ୍ଲାଟୁନ୍ ଫୋର୍ସ, ୧୩୦ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.