ନ୍ୟୁୟର୍କ: ଆମେରିକା ପୋଲିସ ଗୁରୁବାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଜଣଙ୍କ ମିଲିଟ୍ରି ବେସରେ ପଶିବା ପାଇଁ ଉଦ୍ୟମ କରୁଥିବାରୁ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ । ମୁଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଲିୟନଙ୍କ ବିଷୟରେ ତଥ୍ୟ ଦେବାକୁ ଆସିଛି କହିବା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଫକ୍ସ୩୫ରେ ଏହି ଖବର ପ୍ରକାଶ ପାଇଛି । ବ୍ୟକ୍ତିଙ୍କ ନାମ କୋରି ଜନଶନ ଓ ସେ ଏକ ଚୋରା ଟ୍ରକରେ ଫ୍ଲୋରିଡା ବ୍ରେବାର୍ଡ କାଂଉଟି ସ୍ଥିତ ପ୍ୟାଟ୍ରିକ ସ୍ପେସ ଫୋର୍ସ ବେସରେ ପଶିବାକୁ ଉଦ୍ୟମ କରୁଥିଲେ । ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ମିଶନରେ ଅଛି, ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେବାକୁ ଅଛି ବୋଲି କହିଥିଲେ । ମୁଁ ସେହି ଏଲୟନ୍ସଙ୍କ ବିଷୟରେ କହିବାକୁ ଆସିଛି ଯେଉଁମାନେ ଚୀନ ଡ୍ର୍ୟାଗନ୍ସଙ୍କ ସହ ଲଢ଼େଇ କରୁଛନ୍ତି ବୋଲି କୋରି କହିଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଅବଶ୍ୟ ୟୁଜର୍ସମାନେ ଏହାକୁ ମଜାରେ ନେଇଛନ୍ତି । ପ୍ରକୃତ ଘଟଣା ସମ୍ପର୍କରେ କୌଣସି ତଥ୍ୟ ମିଳି ନାହିଁ । କୋରୀଙ୍କୁ ଚୋରୀ ଅଭିଯୋଗରେ ପୋଲିସ ଗିରଫ କରିଛି ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.