Latest Odisha News

BREAKING NEWS

ସମାରିଟାନରେ ବିଗ୍ ବି ଅମିତାଭ; ଅବିକଳ ସିଲ୍ଭେସ୍ଟର ଷ୍ଟେଲନ

ଭୁବନେଶ୍ୱର: ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଥିବା ୱେବସିରିଜ ସମାରିଟାନରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଖିଛନ୍ତି ଫ୍ୟାନ୍ । ବୁଧବାର ସମାରିଟାନର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜର ପ୍ରଥମ ଦିନରେ ଲକ୍ଷାଧିକ ଫ୍ୟାନ୍ ଏହାକୁ ଦେଖିଛନ୍ତି ।

ଟ୍ରେଲର ରିଭିୟୁରେ କିଛି ସମାରିଟାନ ଫ୍ୟାନ୍ ସିରିଜର ମୁଖ୍ୟ ନାୟକ ସିଲ୍ଭେସ୍ଟର ଷ୍ଟେଲନ ଅମିତାଭ ବଚ୍ଚନଙ୍କ ଭଳି ଦେଖାଯାଉଥିବା କହିଛନ୍ତି । ପ୍ରଥମ ଝଲକରେ ସିଲ୍ଭେସ୍ଟର ଷ୍ଟେଲେନ ବର୍ଷାରେ ଏକା ଚାଲି ଚାଲି ଯାଉଛନ୍ତି । ସେଠାରେ ସେ ଅବିକଳ ଅମିତାଭଙ୍କ ଭଳି ଦେଖାଯାଉଥିବା ଫ୍ୟନ୍ ସୋସିଆଲ ମିଡିଆରେ ଲେଖିଛନ୍ତି ।

ସମାରିଟାନରେ ସିଲ୍ଭେସ୍ଟର ସୁପରହିରୋ ଚରିତ୍ରରେ ଅଭିନୟ କରୁଛନ୍ତି । ଯେଉଁଥିରେ ତାଙ୍କ ଚରିତ୍ର ଜୋ ସ୍ମିଥି ରହିଛି । ଆବର୍ଜନା ସଂଗ୍ରହକାରୀ ଭାବେ ସେ ଗ୍ରାନାଇଟ ସିଟିରେ ରହୁଛନ୍ତି । ସେଠାରେ ସୁପରହିରୋ ବୋଲି ପରିଚୟ ଲୁଚାଇ ଜୋ ସ୍ମିଥି ଭାବେ ରହୁଛନ୍ତି ।

ଥରେ ଜୋ, କିଛି ଗୁଣ୍ଡାଙ୍କ କବଳରୁ ସାମ୍ କ୍ଲେରୀଙ୍କୁ ରକ୍ଷା କରୁଛନ୍ତି । ଏହା ପରେ ପରେ ସିରିଜରେ ବଦଳୁଛି ମୋଡ଼ । ସାମ୍ ସହରରୁ ଖଳ ପ୍ରକୃତିର ଲୋକଙ୍କୁ ତଡ଼ି ଭଲ ସମାରିଟାନ ଅର୍ଥାତ୍ ସାଥୀମାନଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରୁଛନ୍ତି । ଏଠାରେ ସିଲ୍ଭେସ୍ଟର, ସାମଙ୍କୁ ତାଙ୍କ ଅସଲ ଚରିତ୍ର ବିଷୟରେ କହୁଛନ୍ତି ।

ସିନେ ସମୀକ୍ଷକ ଏବଂ ଫ୍ୟାନ୍ ଏହି ସିରିଜ ଦର୍ଶକଙ୍କୁ ଭଲ ମନୋରଞ୍ଜନ କରାଇବ ବୋଲି ସୋସିଆଲ ମିଡିଆରେ ଆଲୋଚନା କରୁଛନ୍ତି । ସିଲେସ୍ଟର ପୂର୍ବ ଭଳି ଫ୍ୟାନଙ୍କୁ ମନୋରଞ୍ଜନ କରାଇବେ ବୋଲି ଆଶା କରିଛନ୍ତି । ସମାରିଟାନ ଆସନ୍ତା ଅଗଷ୍ଟ ୨୬ରେ ରିଲିଜ୍ ହେବାକୁ ଯାଉଛି ।

Leave A Reply

Your email address will not be published.