Latest Odisha News

BREAKING NEWS

ଗୁଜରାଟରେ ବିଜେପି ଲେଉଟାଣି: ମୋଦୀଙ୍କୁ ଶୁଭେଚ୍ଛାର ସୁଅ

ଗୁଜରାଟ: ଗୁଜରାଟରେ ବିଜେପିର ଧମାକାଦାର ଜିତ୍ । ପୁଣି ଶାସନକୁ ଫେରିଲା ବିଜେପି । ଗୁଜରାଟରେ ଭାରତୀୟ ଜନତା ପାର୍ଟିର ଜିତ୍ ହାସଲ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତିଯେ ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ମୋଦୀଜୀଙ୍କ ବିକାଶ, ସୁରକ୍ଷା ଓ ସୁଶାସନ ପ୍ରତି ଜନତା-ଜନାର୍ଦ୍ଦନଙ୍କ ଅପାର ସ୍ନେହ ଅଭିବ୍ୟକ୍ତି  । ଏହି ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ତଥା ଗୁଜରାଟର ସବୁ କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଇଛନ୍ତି ।


ଏହି ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ତଥା ଗୁଜରାଟର ସବୁ କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଇଛନ୍ତି । ଏହି ଐତିହାସିକ ଜିତ୍ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଟ୍ୱିଟ କରିଛନ୍ତିଯେ ‘ମୁଁ ଗୁଜରାଟ ଜନତାଙ୍କୁ ନମନ କରୁଛି’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଜିତ୍ ମିଳିଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ସିଆର୍ ପଟେଲଙ୍କ ପାଇଁ ପରିଶ୍ରମ କରିଥିବା କର୍ମକର୍ତ୍ତାଙ୍କୁ ବଧେଇ ଦେଇଛନ୍ତି ।

Leave A Reply

Your email address will not be published.