Latest Odisha News

BREAKING NEWS

ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା, ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ଵର: ସାଇବର ଲୁଟେରାଙ୍କ ନୂଆ ତରିକା । ମାଟ୍ରିମୋନି ସାଇଟରେ ସୁନ୍ଦରୀ ଝିଅଙ୍କ ପ୍ରୋଫାଇଲ୍ ତିଆରି କରି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଜଣେ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ମାଟ୍ରିମୋନି ସାଇଟ୍ ରେ ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ସାଇଟ୍ ରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ବିବାହ ଆଶାୟୀ ମାନସ ରଞ୍ଜନ ପଣ୍ଡାଙ୍କ ଠାରୁ ୩ ଲକ୍ଷ ୧୮ ହଜାର ଟଙ୍କା ଠକି ନେଇଥିଲା ଦୁର୍ବୃତ୍ତ । ଦୀପା ପ୍ରଧାନ ନାମରେ ଏକ ଆଇଡି ଖୋଲି ଆଶାୟୀଙ୍କ ଠାରୁ ଟଙ୍କା ଲୁଟୁଥିଲେ ଠକ । ପିତାଙ୍କ ଦେହ ଖରାପ କହି ୩ ଥରରେ ଅନଲାଇନରେ ୩ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଯାଇଥିଲା ଠକ ।

ଏନେଇ ଅଭିଯୋଗକାରୀ ୨୦୨୩ ନଭେମ୍ବର ୧୫ରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ଶେଷରେ ପୁରୀ ସଦର ଥାନା ଭାତକୁଡି ଗାଁର ନୃସିଂହ ବିଶ୍ୱାଳକୁ ଗିରଫ କରିଛି ସାଇବର ଥାନା ପୋଲିସ ।

 

Leave A Reply

Your email address will not be published.