ପାରାଦୀପ: ଲୋକଙ୍କୁ ଦେଉଥିଲେ ନକଲି କୋଭିଡ୍ ସାର୍ଟିଫିକେଟ୍ । ଧରାପଡ଼ିଗଲା କାରସାଦି । ବନ୍ଧା ହେଲେ ଯୁବକ । ପାରାଦୀପରୁ ଏଭଳି ନକଲି କାରନାମାର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଇ ନକଲି କୋଭିଡ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ । ତାଙ୍କ ନାଁ କାଳନ୍ଦି ତରାଇ ଓ ଘର କୁଜଙ୍ଗ ଅନ୍ତର୍ଗତ ଡାଳିମ୍ବପୁର ଗାଁରେ । ସାର୍ଟିଫିକେଟ ପ୍ରସ୍ତୁତିରେ ବ୍ୟବହାର କରୁଥିବା କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଆବଶ୍ୟକତାରୁ ଫାଇଦା ଉଠାଇ ଟଙ୍କା ନେଇ ସାର୍ଟିଫିକେଟ୍ ଦେଉଥିଲେ । ଅଭିଯୁକ୍ତକୁ ପଚରାଉଚରା ଚଳାଇଛି ପୋଲିସ ।
Comments are closed.