Latest Odisha News

BREAKING NEWS

ବାଇକ୍ ସହ ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ସଫଳତା ମିଳିଛି । ଯାଞ୍ଚ ବେଳେ ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଆଜି ବିଜୟ ସାହୁ ନାମକ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି ତାଳଚେର ଅବକାରୀ ବିଭାଗ ।

ସୂଚନା ଅନୁସାରେ ସମଲ ଥାନା ସିଲଙ୍ଗ ଗାଁର ବିଜୟ ସାହୁ ବ୍ରାଉନସୁଗାର ବିକ୍ରି କରିବାକୁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ସେହି ସମୟରେ ଖବର ପାଇ ଚଢ଼ାଉ କରିଥିଲେ ତାଳଚେର ଅବକାରୀ ଥାନା ଅଧିକାରୀ କୁଳମଣି ମହାରଣା ଖବର ।

ଅବକାରୀ ବିଭାଗର ଟିମ୍ ପବିତ୍ରନଗର ଠାରେ ବିଜୟକୁ କାବୁ କରି ନେଇଥିଲେ । ଯାଞ୍ଚ ବେଳେ ବିଜୟଙ୍କ ଠାରୁ ୨୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ । ବିଜୟ ନିକଟରୁ ଏକ ବାଇକ ମଧ୍ୟ ଜବତ କରାଯାଇଛି ।

Leave A Reply

Your email address will not be published.