Latest Odisha News

BREAKING NEWS

ରାଜସ୍ଥାନରେ ରେଡ଼ ଡାଏରୀ, କଂଗ୍ରେସକୁ ଖସାଇବ, ମୋଦିଙ୍କୁ ହସାଇବ!

ଭୁବନେଶ୍ୱର: ଗେହଲଟ ସରକାରରୁ ବହିସ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଗୁଢାଙ୍କ ରେଡ଼ ଡାଏରୀକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି।

ତାଙ୍କୁ ଜେଲକୁ ପଠାଇଲେ କିମ୍ବା ଗୁଳି କଲେ ମଧ୍ୟ ରାଜସ୍ଥାନରେ ଗେହଲଟ ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ ବ୍ୟାପକ କରିବେ ବୋଲି କହିଛନ୍ତି। ଏପରିକି ମନ୍ତ୍ରୀମଣ୍ଡଳରୁ ବିତାଡିତ ହେବା ପରେ ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ଉଦଇପୁରୱାତିରେ ଓଟଯାତ୍ରା କରିଛନ୍ତି।

ପୁରା ଗେହଲଟ ସରକାରର ମନ୍ତ୍ରୀ ମାନଙ୍କ ଉପରେ ମହିଳାଙ୍କୁ ଅତ୍ୟାଚାରର କଳା ଦାଗ ଲଗାଇ ଦେଇଛନ୍ତି ଗୁଢା। ଏପରିକି ଆସନ୍ତା ସପ୍ତାହ ମଧ୍ୟରେ ଏକ ବିଶାଳ ରାଲି କରାଯାଇ ଲୋକଙ୍କ ମତାମତ ନିଆଯିବ ବୋଲି ସେ କହିଛନ୍ତି।

ସେପଟେ ରାତି ପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଗସ୍ତ କରିବେ। ତେଣୁ ଏହି ରେଡ଼ ଡାଏରୀ ପ୍ରସଙ୍ଗ ବିଜେପି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ମୋଦି ଏ ପ୍ରସଙ୍ଗକୁ ରାଜନୈତିକ ଅସ୍ତ୍ର କରିବେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋତାଶ୍ରା।

କିନ୍ତୁ ସେଭଳି କୌଣସି ଡାଏରୀ ନାହିଁ ବୋଲି ସେ କହିଛନ୍ତି। ଜୁଲାଇ ୨୭ ତାରିଖ ଅର୍ଥାତ ଆସନ୍ତାକାଲି ମୋଦି ରାଜସ୍ଥାନର ଶିକାର ଠାରେ ଏକ ରାଲିରେ ଯୋଗ ଦେବେ।

ଏହି ରାଲିରେ କିଛି କହିବାକୁ ପ୍ରସଙ୍ଗ ନ ଥିବାରୁ ବିଜେପି ରେଡ଼ ଡ଼ାଏରୀକୁ ଏକ ପ୍ରସଙ୍ଗ ଭାବେ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରିଛନ୍ତି ଦୋତାଶ୍ରା।

ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ଏକ ରାଜନୈତିକ ମୁଦ୍ଦା ପ୍ରସ୍ତୁତ କରିବା ପାଇଁ ବିଜେପି ଏଭଳି ସ୍ଥିତି ତିଆରି କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏପରିକି ସେ ଡାଏରୀ ଗୁଢାଙ୍କ ହାତକୁ ଆସିଲା କେମିତି ଓ ଯଦି ସେମିତି କିଛି ଡାଏରୀ ଅଛି ତାହେଲେ ଗୁଢା ତାକୁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିକୁ ଦେଉନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ଥାନ କଂଗ୍ରେସ ସଭାପତି।

ତେଣୁ ଏବେ ମୋଦିଙ୍କ ରାଜସ୍ଥାନ ଗସ୍ତ ପୂର୍ବରୁ ଗୁଢାଙ୍କ ରେଡ଼ ଡାଏରୀ ପ୍ରସଙ୍ଗ ରାଜସ୍ଥାନ ରାଜନୀତିକୁ ଉଷ୍ମ କରିଛି।

Leave A Reply

Your email address will not be published.