Latest Odisha News

BREAKING NEWS

ପୋଲିସ ଗାଡିରେ ରିଲ୍ସ କରି ଫସିଲେ ଯୁବତୀ: ଭିଡିଓ ଭାଇରାଲ ପରେ ପୋଲିସ ଅଧିକାରୀ ସସପେଣ୍ଡ

ପଞ୍ଜାବ: ପୋଲିସ ଗାଡିରେ ରିଲ୍ସ କରି ଫସିଲେ ଯୁବତୀ । ଆଉ ଭିଡିଓ ଭାଇରାଲ ହେବା ପରେ ପଞ୍ଜାବ ପୋଲିସର ଜଣେ ଥାନା ଅଧିକାରୀ ସସପେଣ୍ଡ ହୋଇଛନ୍ତି । ଯୁବତୀ ଜଣକ  ପୋଲିସ ଗାଡିରେ ଉପରେ ବସି ରିଲ୍ସ କରି ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ  । ଆଉ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ପୋଲିସ କାରରେ ବସି ରିଲ୍ସ ତିଆରି କରୁଛନ୍ତି। ଯୁବତୀ ଜଣକ ଗାଡି ଉପରେ ବସି ଅଶ୍ଳୀଳ ଇଙ୍ଗିତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହି ମାମଲାରେ ଜଳନ୍ଧର ପୋଲିସର ଆୟୁକ୍ତ କୁଲଦୀପ ଚହଲ ଷ୍ଟେସନ ହାଉସ ଅଫିସର ଅଶୋକ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି । ଭିଡିଓ ବନାଇବା ସମୟରେ ପଞ୍ଜାବ ପୋଲିସ୍ ମଧ୍ୟ ସେଠାରେ ଉପସ୍ଥିତ ଥିବା ଜଣାପଡିଛି । ତେବେ ଏପର୍ଯ୍ୟନ୍ତ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ବିରୋଧରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯୁବତୀ ଜଣକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏହି ଭିଡିଓକୁ ଡିଲିଟ କରିଦେଇଛନ୍ତି। ଏବଂ ନିଜ ଇନଷ୍ଟା ପ୍ରୋଫାଇଲରେ କହିଛନ୍ତି କି ସେ ଏହାକୁ ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ କରିଥିଲେ । ରିଲ୍ସ କରିବା ପାଇଁ ଯୁବତୀ ଜଣକ  ପୋଲିସ ଅଧିକାରୀଙ୍କ ଠାରୁ ଅନୁମତି ନେଇଥିବା ଦାବି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କାହାକୁ ବଦନାମ କରିବାର ତାଙ୍କର ଉଦ୍ଦେଶ୍ୟ ନାହିଁ।

Leave A Reply

Your email address will not be published.