Latest Odisha News

BREAKING NEWS

ମଶାମରା ରାକେଟ୍ ପାଇଁ ଜଳିଗଲା ଘର !

ଭୁବନେଶ୍ୱର: ଘରେ ବସି ଖାଉଥିଲେ ରାତ୍ରୀଭୋଜନ । ପାଖରେ ଉଡିଲା ମାଛି । ମାଛି ଘଉଡେଇବା ପାଇଁ ହାତରେ ଧରିଥିଲେ ମଶା ରାକେଟ୍ । ହେଲେ ମାଛି ତ ମଲାନି ବରଂ ବିସ୍ଫୋରଣରେ ଉଡିଗଲା ଘର ଛପର ।

ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଫ୍ରାନ୍ସର ଜଣେ ୮୦ବର୍ଷୀୟ ବୃଦ୍ଧ ଅଜାଣତରେ ନିଜ ଘର ବିସ୍ଫୋରଣରେ ଉଡାଇଦେଇଛନ୍ତି । ରାତିରେ ଘରେ ବସି ଖାଉଥିବାବେଳେ ଏକ ମାଛି ତାଙ୍କୁ ନାକେଦମ କରିଦେଇଥିଲା । ମାଛି ଘଉଡେଇବା ପାଇଁ ସେ ଏକ ଇଲେକ୍ଟ୍ରିକ୍ ରାକେଟ୍‌ର ସାହାରା ନେଇଥିଲେ ।

ତେବେ ଘରେ ଗ୍ୟାସ୍ ଲିକ୍ ହେଉଥିବା ନେଇ ସେ ଜାଣିପାରିନଥିଲେ । ରାକେଟର ସୁଇଚ୍ ଅନ୍ କରିବା ମାତ୍ରେ ଏକ ସ୍ପାର୍କ ହୋଇଥିଲା । ଯାହାପରେ ଘରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ବୃଦ୍ଧଙ୍କର ରୋଷେଇ ଘରର ଛପର ସମ୍ପୂର୍ଣ୍ଣ ଧୂଳିସାତ ହୋଇଯାଇଛି ।

ତେବେ ସୌଭାଗ୍ୟବଶତଃ ବୃଦ୍ଧଙ୍କର କେବଳ ହାତରେ ସାମାନ୍ୟ ଆଘାତ ଲାଗିଥିଲା । ଘଟଣାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ଘରର ନିର୍ମାଣ କାମ ଜାରି ରହିଛି ।

Leave A Reply

Your email address will not be published.