Latest Odisha News

କୁକୁର ସହ ଯାତ୍ରା ପାଇଁ ପୂରା ବିଜ୍‌ନେସ୍‌ କ୍ଲାସ୍‌ ବୁକ୍‌ କଲେ ମାଲିକ

ମୁମ୍ବାଇ: ବିମାନରେ ଯାତ୍ରା କରିବା ଅନେକ ଲୋକଙ୍କ ସ୍ୱପ୍ନ। କିନ୍ତୁ ଜଣେ ବ୍ୟକ୍ତି ନିଜ ସହିତ ନିଜ କୁକୁରର ବିମାନ ଯାତ୍ରା ସ୍ବପ୍ନକୁ ମଧ୍ୟ ପୂରଣ କରିଛନ୍ତି। ବ୍ୟକ୍ତି ଜଣକ ନିଜ କୁକୁର ପାଇଁ ବିମାନରେ ବିଜ୍‌ନେସ୍‌ କ୍ଲାସ୍‌ ବୁକ୍ କରିଛନ୍ତି। ମୁମ୍ବାଇରୁ ଚେନ୍ନାଇ ଯିବା ପାଇଁ ମାଲିକ ତାଙ୍କ କୁକୁର ପାଇଁ ଫ୍ଲାଇଟ୍‌ରେ ବିଜ୍‌ନେସ କ୍ଲାସ ବୁକ୍‌ କରିଥିଲେ। ଲୋକମାନେ ଏହା ଦେଖିବା ପରେ ଆଚମ୍ବିତ ହୋଇଯାଇଥିଲେ।

ବାସ୍ତବରେ ଏହି ଘଟଣା ଏକ ଏୟାର ଇଣ୍ଡିଆର ବିମାନରେ ଘଟିଥଲା। ‘ଗଲ୍ଫ ନ୍ୟୁଜ୍’ର ଏକ ରିପୋର୍ଟ ଅନୁଯାୟୀ, ମୁମ୍ବାଇରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ଏକ କୁକୁର ବିଜ୍‌ନେସ୍‌ କ୍ଲାସ୍‌ରେ ନିଜ ମାଲିକଙ୍କ ସହ ଯାତ୍ରା କରିଛି।

ମାଲିକ ଏଥିପାଇଁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ବିମାନଟି ପ୍ରାୟ ଦୁଇ ଘଣ୍ଟା ଧରି ଉଡାଣ ଭରିଥିଲା। ସେହି ବ୍ୟକ୍ତିଙ୍କୁ ଚେନ୍ନାଇ ଯିବାର ଥିଲା ଏବଂ ତାଙ୍କ ସାଙ୍ଗରେ ତାଙ୍କ ପୋଷା କୁକୁରକୁ ବି ସେ ନେଇଥିଲେ। ଯେଉଁଥିପାଇଁ ସେ ପୁରା ବିଜ୍‌ନେସ୍‌ କ୍ଲାସ୍‌ ବୁକ୍‌ କରିଥିଲେ।

ରିପୋର୍ଟ ଅନୁଯାୟୀ, ଏହି ଧଳା ରଙ୍ଗର କୁକୁର ବୁଧବାର ସକାଳେ ଏୟାର ଇଣ୍ଡିଆ ବିମାନରେ ଚଢିଥିଲା। ଏହି ବିମାନର ବିଜ୍‌ନେସ୍‌ କ୍ୟାବିନରେ ୧୨ ଟି ସିଟ୍ ଥିଲା ଏବଂ କୁକୁରଟି ବିଳାସପୂର୍ଣ୍ଣ ଭାବରେ ବିଜ୍‌ନେସ୍‌ କ୍ଲାସ୍‌ ଯାତ୍ରା କରିଥିଲା ​।

Leave A Reply

Your email address will not be published.