Latest Odisha News

କୋରେଇ ଷ୍ଟେସନରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ, ୫ ଟ୍ରେନର ରହଣୀ ବାତିଲ୍

ଯାଜପୁର : ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଯାଜପୁର କୋରେଇ ରେଳଷ୍ଟେସନରେ ସ୍ୱାଭାବିକ ହେଲା ରେଳ ଚଳାଚଳ । ଷ୍ଟେସନର ଉଭୟ ଦିଗରୁ ଟ୍ରେନ ଯାତାୟତ କରିପାରୁଛି । ତେବେ ଏଠାରେ ଟ୍ରେନର ବେଗକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଷ୍ଟେସନ ମରାମତି କାର୍ଯ୍ୟ ଏବେ ବି ଜାରି ରହିଥିବାରୁ କୌଣସି ଟ୍ରେନର ରହଣୀକୁ ବାତିଲ କରାଯାଇଛି । ୫ ଦିନ ପାଇଁ ଏଠାରେ ଟ୍ରେନ ରହଣୀ ବାତିଲ ହୋଇଛି ।

BjdElectrycity

ଯେଉଁ ଟ୍ରେନଗୁଡିକର ରହଣୀ ବାତିଲ ହୋଇଛି, ସେଗୁଡିକ ହେଲା ଯାଜପୁର କେଉଁଝର ରୋଡ୍-ଭଦ୍ରକ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲର ଉଭୟ ପଟୁ ଆସୁଥିବା ଟ୍ରେନ ଓ ଭୁବନେଶ୍ୱର-ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ।

ଦୁର୍ଘଟଣାଗ୍ରସ୍ତ ମାଲ୍ ଗାଡ଼ିର ବଗି ଗୁଡିକୁ ସେହି ସ୍ଥାନରୁ ହଟାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଇଷ୍ଟ କୋଷ୍ଟ ରେଲଓ୍ୱେ ପକ୍ଷରୁ କୁହାଯାଇଛି । ସୋମବାର ପୂର୍ବତନ ରେଳବାଇ ଜିଏମ୍ ରୁପ୍ ନାରାୟଣ ସୁନାକର ଓ ସିଆରଏସ୍ ଏମ୍ ଏମ୍ ଚୌଧୁରୀ ଘଟଣାସ୍ଥଳ ପରିଦର୍ଶନ କରି ପ୍ରାରମ୍ଭିକ ତଦନ୍ତ କରିଛନ୍ତି । ଗତକାଲି ସକାଳେ ଏହି ମାଲବାହୀ ଟ୍ରେନର ୮ଟି ବଗି ପ୍ଲାଟଫର୍ମକୁ ମାଡ଼ିଯିବାରୁ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି ପାର୍ବତୀ, ତାଙ୍କ ଝିଅ କଣ୍ଡେଇ ଓ ଅବୁଜୁଲା ବିବି  ।

Leave A Reply

Your email address will not be published.