ଦିଲ୍ଲୀ: କ୍ୟାନସରରେ ପୀଡିତ ଥିବା ଜାଣିବା ପରେ ଧୂମ୍ରପାନ ଶିଖାଇଥିବା ସାଙ୍ଗକୁ ଗୁଳି କରି ହତ୍ୟା କଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ ନାଗର ଅଞ୍ଚଳରେ ।
ଗଳା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ ନାଗରରେ ଜଣେ ୨୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ବନ୍ଧୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ବନ୍ଧୁ ଜଣଙ୍କ ତାଙ୍କୁ ସିଗାରେଟ୍ ଏବଂ ଗଞ୍ଜେଇ ଟାଣିବା ଶିଖାଇଥିଲେ । ଯାହାର ପରିମାଣ ସ୍ୱରୂପ ତାଙ୍କର ଆଜି ଏହି ଅବସ୍ଥା ହୋଇଥିବା ସେ କହିଛନ୍ତି ।
ସୂଚନା ମୁତାବକ, ଗତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଏକ ସ୍ୱିମିଙ୍ଗ ପୁଲ ଭିତରୁ ଉଦ୍ଧାର କରିଥିଲେ ସ୍ଥାନୀୟ ପୋଲିସ । ମୃତ ବ୍ୟକ୍ତିଙ୍କ ନାମ ଅନୟତୁଲ୍ଲା ହୋଇଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିବା କାରଣରୁ ତାଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଥିଲା।
ହତ୍ୟାକାରୀ ମୁସ୍ତାକିମ ଅହମ୍ମଦ ଏବଂ ମୃତକ ଉଭୟ ରେଷ୍ଟୁରାଣ୍ଟରେ ରୋଷେଇ କାର୍ଯ୍ୟ କରୁଥିଲେ ଏବଂ ବନ୍ଧୁ ଭାବରେ ଏକତ୍ର ଧୂମପାନ ମଧ୍ୟ କରିଥିଲେ। ହୋଟେଲ ମାଲିକଙ୍କ ଅଭିଯୋଗ ଅନୁଯାୟୀ ଥାନାରେ ଏକ ଅଭିଯୋଗ ଦାୟର କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
Comments are closed.