Latest Odisha News

ରାଜ୍ୟରେ ପାଞ୍ଚ ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ କରୋନା ନେଇଛି ଆଉ ୧୧ ଜୀବନ । ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାର କରିଛି । ବର୍ତ୍ତମାନ ସୁଦ୍ଧା କରୋନାରେ ୫୦୩ ଜଣ ପ୍ରାଣ ହରାଇଲେଣି ।

ମୃତକଙ୍କ ଭିତରେ ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । କଟକ, କନ୍ଧମାଳ, ଜଗତସିଂହପୁର, ରାୟଗଡ଼ା, ଗଞ୍ଜାମ ଜିଲ୍ଲାରୁ କରୋନା ନେଇଛି ଜଣେ ଲେଖାଏ ସଂକ୍ରମିତଙ୍କ ଜୀବନ ।


➡️ ପୁରୀ
୪୦ ବର୍ଷୀୟ ଯୁବକ, ୮୪ ବର୍ଷୀୟ ବୃଦ୍ଧ
➡️ମୟୂରଭଞ୍ଜ
୮୦ ବର୍ଷୀୟ ବୃଦ୍ଧ, ୬୦ ବର୍ଷୀୟ ମହିଳା
➡️ଖୋର୍ଦ୍ଧା
୭୩ ବର୍ଷୀୟ ବୃଦ୍ଧ, ୫୫ ବର୍ଷୀୟ ମହିଳା

➡️ରାୟଗଡ଼ା- ୪୫ ବର୍ଷୀୟ ପୁରୁଷ
➡️କନ୍ଧମାଳ- ୪୦ ବର୍ଷୀୟ ଯୁବକ
➡️ଗଞ୍ଜାମ- ୬୦ ବର୍ଷୀୟ ବୃଦ୍ଧ
➡️ଜଗତସିଂହପୁର- ୩୫ ବର୍ଷୀୟ ଯୁବକ
➡️କଟକ- ୭୪ ବର୍ଷୀୟ ବୃଦ୍ଧା

Leave A Reply

Your email address will not be published.