Latest Odisha News

ସଡ଼କ ଦୁର୍ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର: ନିଜ ପରିବାର ପ୍ରତିପୋଷଣ କରିବାକୁ ଯାଇ ସୁଦୁର ତେଲେଙ୍ଗାନା ରାଜ୍ୟରେ ଏକ ଅନ୍ ଲାଇନ୍ ଫୁଡ୍ ସପ୍ଲାଇ କାର୍ଯ୍ୟରେ ନିୟୋଜିତ ଥିବା ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ସମ୍ପୃକ୍ତ ବ୍ୟକ୍ତି ଜଣକ କୋରାଇ ଥାନା ତାରାକୋର୍ଟ ଗ୍ରାମର ଦେବବ୍ରତ ସୁତାର(୨୬) ବୋଲି ଜଣାପଡିଛି।

ସିକନ୍ଦରାବାଦ ମାଧପୁର ଥାନା ଅଞ୍ଚଳରେ ରାସ୍ତା ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କୋରାଇ ଥାନା ତାରାକୋର୍ଟ ଗ୍ରାମପଞ୍ଚାୟତ ତାରାକୋର୍ଟ ଗ୍ରାମର ଜଣେ ପୂର୍ବତନ ଶିକ୍ଷକ ବଶିଂଧର ସୁତାରଙ୍କ ପୁଅ ହେଉଛନ୍ତି ଦେବବ୍ରତ।

ତେଲେଙ୍ଗାନାର ରାଙ୍ଗାରେଡି ଜିଲ୍ଲା ହାଇଟେକ୍ ସହର ମାଧପୁର ଥାନା ଅଞ୍ଚଳର ଜମାଟୋ ଅନ୍ ଲାଇନ୍ ଫୁଡ୍ ସପ୍ଲାଇ କାର୍ଯ୍ୟରେ ଡେଲିଭରି ମ୍ୟାନ୍ ଭାବେ ସେ କାମ କରୁଥିଲେ।

ଦେବେନ୍ଦ୍ର କରୋନା ମହାମାରୀ ସମୟରେ ନିଜର ବାସସ୍ଥାନ ଯାଜପୁରକୁ ଫେରି ଆସିଥିଲେ । ହେଲେ ପରେ ସେ ଗତ ୧୫ ଦିନ ତଳେ ପୂର୍ବରୁ କାର୍ଯ୍ୟ କରୁଥିବା ସ୍ଥାନ ସିକେନ୍ଦ୍ରାବାଦର ହାଇଟେକ୍ ସହରକୁ ପଳାଇଥିଲେ ।

ଗତ ରାତ୍ରିରେ ଦେବେନ୍ଦ୍ର ନିଜ କାର୍ଯ୍ୟରେ ମଟର ସାଇକେଲ ଟି-୫୦୭/ଜିକେ-୩୨୪୫ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକାରେ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକମାନଙ୍କ ସାହାର୍ଯ୍ୟରେ ଦେବେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଛାତି ଓ ପିଠିରେ ଆଘାତ ଲାଗିଥିବାରୁ ତାଙ୍କର ହୋଇଥିବା ମେଡିକାଲ ସୁତ୍ରରୁ ସୁଚନା ମିଳିଛି ।

ତେବେ ମାଧପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି କମ୍ପାନୀ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଶରୀରକୁ ଯାଜପୁର ଜିଲ୍ଲା ତାରାକୋଟକୁ ଅଣାଯାଇଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.