Latest Odisha News

BREAKING NEWS

ଜମିବାଡ଼ି ବିବାଦରୁ ତୀର ମାଡ଼, ଜଣେ ମୃତ

ରାଇରଙ୍ଗପୁର: ତୀର ମାଡ଼ରେ ଯୁବକଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା କୁକୁଡିମଣ୍ଡି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ କୁକୁଡିମଣ୍ଡି ଗାଁର ସମରା ଦେହୁରୀ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଫେରାର୍ ହୋଇଯାଇଛି ଅଭିଯୁକ୍ତ ଛୋଟରାୟ ଦେହୁରୀ । ଜମିବାଡ଼ିକୁ ନେଇ ସମରା ଓ ଛୋଟରାୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ସମରା ଉପରେ ତୀର ମାଡ଼ କରିଥିଲେ ଛୋଟରାୟ ।

Leave A Reply

Your email address will not be published.