Latest Odisha News

BREAKING NEWS

ସାତ ମାସ ପରେ ଆଜିଠୁ ଖୋଲିବ କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟ । କରୋନା ଓ ଲକଡାଉନ୍ ଯୋଗୁ ସାତ ମାସ ବନ୍ଦ ରହିଥିଲା । ଆଜି ପୁଣି ଥରେ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସି । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ ।

ଜିପ୍ ସଫାରିକୁ କେବଳ କାଜିରଙ୍ଗା ରେଞ୍ଜରେ ଅନୁମତି ଦିଆଯିବ । ପର୍ୟ୍ୟଟକଙ୍କ ପାଇଁ ଖୋଲା ରହିବ କୋହୋରା, ୱେଷ୍ଟର୍ଣ୍ଣ ରେଞ୍ଜ ଏବଂ ବାଗୋରୀ । କାଜିରଙ୍ଗା ରେଞ୍ଜର କୋହୋରାରୁ ଜିପ୍ ସଫାରି ବୈଷମାରୀ ଯାଏ ଖୋଲା ରହିବ ।

ସେହିପରି ବାଗୋରୀରେ ଜିପ୍ ସଫାରି ଡୋଙ୍ଗା ୱାଚର ଓ ବିମୋଲି ଟିନିଆଲି ଯାଏ ଖୋଲା ରହିବ । ନଭେମ୍ବର ୧ତାରିଖରୁ ପାର୍କ ଭିତରେ ଥିବା ହାତୀ ସଫାରି ଆରମ୍ଭ ହେବ ବୋଲି କାଜିରଙ୍ଗା ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.