Latest Odisha News

BREAKING NEWS

ଚଳନ୍ତା ଗାଡିରେ ରୋମାନ୍ସ କରି ହଟହଟା ହେଲେ ଯୁବକ; କଟିଲା ୧୬ ହଜାର ଟଙ୍କାର ଚାଲାଣ

କଟକ: ରିଲ୍ସ କରିବା ନିଶା ଏବେ ସମାଜକୁ ଧିରେ ଧିରେ ଅଧପତନ ଆଡକୁ ନେଇଯାଉଛି । ସେ ପିଲା ହୁଅନ୍ତୁ ବା ଯୁବକ କିମ୍ବା ବୟସ୍କ ସମସ୍ତଙ୍କୁ ରିଲ୍ସ ନାମକ ବ୍ୟାଧି ଗ୍ରାସିବାରେ ଲାଗିଛି । ଏନେକ ସମୟରେ ଏପରି ରିଲ୍ସ ମାନ ସାମ୍ନାକୁ ଆସୁଛି ଯାହା ଏତେ ବିପଦପୂର୍ଣ୍ଣ ଯେ, ଦେଖିଲେ ଭୟରେ ଛାତି ଥରିଯିବ ତ ଆଉ କେତବେଳେ ନଗ୍ନତାର ସମସ୍ତ ସୀମା ଟପୁଛନ୍ତି । ତେବେ ସେହିପରି ଏକ ଭାଇରାଲ ହେବାରେ ଲାଗିଛି ।

ରାସ୍ତାରେ ଜଣେ ଦମ୍ପତ୍ତି ଚଳନ୍ତା ବାଇକ୍ ଉପରେ ବିପଦପୂର୍ଣ୍ଣ ଭାବେ ରିଲ୍ସ କରିଛନ୍ତି । ଯାହା ସେମାନଙ୍କୁ ଏବେ ମହଙ୍ଗା ପଡ଼ିଛି । ଏଭଳି ଘଟଣା ସାମ୍ନାକୁ ଆସିଛି କଟକରୁ । ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ନେଇଛି ପରିବହନ ବିଭାଗ । କଟକ ଆରଟିଓ ପକ୍ଷରୁ ଗାଡ଼ି ମାଲିକ କଟକ ଆଠଗଡ଼ ଅଞ୍ଚଳର ମୋହନ ସାହୁଙ୍କୁ ୧୬ ହଜାର ଟଙ୍କା ଜୋରିମାନା କରିଛି ।

ତେବେ କଟକର ଜଣେ ବ୍ୟକ୍ତି ଚଳନ୍ତା ବାଇକର ଆଗରେ ତାଙ୍କ ସ୍ତ୍ରୀଙ୍କୁ ବସାଇ ବିପଦପୂର୍ଣ୍ଣ ଭାବରେ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଜଣେ ଯୁବକ ଗାଡ଼ି ନମ୍ବର ଓ ଭିଡିଓ ସହ ପୋଲିସ୍ ଡିଜି, କଟକ ଜିଲ୍ଲାପାଳଙ୍କୁ ଟ୍ବିଟ କରିଥିଲେ । ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

Comments are closed.