Latest Odisha News

BREAKING NEWS

ବସ୍ ସହ ରାତି ବିତାଇବାକୁ ମନା କରିବାରୁ ସ୍ବାମୀ ଦେଲେ ତଲାକ

ମୁମ୍ବାଇ: ବସ୍ ସହ ରାତି ବିତାଇବାକୁ ମନା କରିବାରୁ ସ୍ବାମୀ ଦେଲେ ତଲାକ। ମହାରାଷ୍ଟ୍ରର କଲ୍ୟାଣରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି।

ସଫ୍ଟୱେର୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ବସ୍ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ଯ କରିଥିଲେ। କିନ୍ତୁ ଇଞ୍ଜିନିୟରଙ୍କ ପତ୍ନୀ ଏହା କରିବାକୁ ମନା କରିଦେଇଥିଲେ। ଯାହା ପରେ ବ୍ୟକ୍ତି ଜଣକ ରାଗିଯାଇ ତାଙ୍କ ପତ୍ନୀଙ୍କୁ ତଲାକ ଦେଇଥିଲେ।

ଏନେଇ ପତ୍ନୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ କଲ୍ୟାଣ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ତେବେ ଏହି ଇଞ୍ଜିନିୟରଙ୍କ ବୟସ ୪୩ ବର୍ଷ ହୋଇଥିବାବେଳେ ତାଙ୍କ ପତ୍ନୀଙ୍କ ବୟସ ୨୮ ବର୍ଷ ବୋଲି କୁହାଯାଉଛି। ଦୁହିଁଙ୍କ ବିବାହ ଜାନୁଆରୀରେ ହୋଇଥିଲା। ଏହା ପରେ ସେ ଜାଣିବାକୁ ପାଇଥିଲେ ଯେ ପ୍ରଥମ ପତ୍ନୀଙ୍କ ସହ ତାଙ୍କ ସ୍ୱାମୀଙ୍କ ଛାଡପତ୍ର ପ୍ରକ୍ରିୟା ବିଚାରାଧୀନ ରହିଛି। ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।

ଉକ୍ତ ପତ୍ନୀଙ୍କ ବୟାନ ଅନୁଯାୟୀ, ଜୁଲାଇରେ ସ୍ବାମୀ ତାଙ୍କୁ ଏକ ପାର୍ଟୀକୁ ନେଇ ତାଙ୍କ ମାଲିକଙ୍କ ସହ ଶୋଇବାକୁ କହିଥିଲେ। କିନ୍ତୁ ସେ ମନା କରିଦେଇଥିଲେ। ଦୁହେଁ ଘରକୁ ଫେରିବା ପରେ ତାଙ୍କୁ ସମ୍ପର୍କୀୟଙ୍କ ସାମ୍ନାରେ ସ୍ବାମୀ ତ୍ରିପଲ୍ ତାଲାକ୍ ଦେଇଥିବା କହିଛନ୍ତି ପତ୍ନୀ।

Comments are closed.