Latest Odisha News

BREAKING NEWS

Puri Jagannath Temple: ଅଭାବନୀୟ ଘଟଣା: ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ, ଯୁବକ ଅଟକ

ପୁରୀ: ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ପାଇଁ ଯୁବକଙ୍କ ଉଦ୍ୟମ। ସିଂହଦ୍ଵାର ବନ୍ଦ ଥିବା ସମୟରେ ଯୁବକ ଜଣକ ଏଭଳି ଉଦ୍ୟମ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିରରେ ଚପଲ ପିନ୍ଧି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି। ବୁଧବାର ସକାଳେ ଭକ୍ତମାନଙ୍କ ପାଇଁ ସିଂହଦ୍ୱାର ଖୋଲିବା ପୂର୍ବରୁ ଜଣେ ବ୍ୟକ୍ତି ଜୋରଜବରଦସ୍ତ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରଥିଲେ। ସେ ପୁଣି ପାଦରେ ଚପଲ ପିନ୍ଧି। ଏହି ଘଟଣା ପରେ ମନ୍ଦିରରେ ଉତ୍ତେଜନା ସୃଷ୍ଟି କରିଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ହାତରେ ଏକ ବାଡ଼ି ଧରି ଏକ ବାଇକ୍ ରେ ଆସି ମନ୍ଦିର ପରିସରରେ ଚପଲ ପିନ୍ଧି ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ବ୍ୟକ୍ତି ଜଣଙ୍କ ତା ପୂର୍ବରୁ ରାଧା ବଲ୍ଲଭ ମଠ ବାହାରେ ଦୁଇ ଚକିଆ ଯାନ ପାର୍କ କରିଥିଲେ। ଶ୍ରୀମନ୍ଦିର ସିଂହଦ୍ଵାର ଦ୍ବାର ଖୋଲିବା ପୂର୍ବରୁ ଜଣେ ଯୁବକ ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରିଥିଲ। ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଓ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ଵାର ଥାନାରେ ଜିମା ଦେଇଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଯୁବକ ଜଣକ ଢେଙ୍କାନାଳ ଗନ୍ଦିଆ ଗାଁର ଲାଲୁ ପ୍ରସାଦ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । କଣ ପାଇଁ ସେ ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିଂହଦ୍ଵାର ଥାନା ପୋଲିସ କହିଛି ।

 

https://youtu.be/iVcHsgyzSjU?si=MH9ZMwVeki5FjEm0

Comments are closed.