Latest Odisha News

BREAKING NEWS

ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା-୨’ ରେ ଡ଼େବ୍ୟୁ କରିବେ ଉର୍ଫି ଜାଭେଦ

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ ଏବେ ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା ୨’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଉର୍ଫି । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଫିଲ୍ମଟି ୨୦୧୦ ମସିହାରେ ବନିଥିବା ‘ଲଭ୍ ସେକ୍ସ ଧୋକା’ର ସିକ୍ୟୁଏଲ୍ । ଏହାର ପ୍ରଥମ ଭାଗ ହିଟ୍ ହୋଇଥିବା ବେଳେ ଦ୍ୱିତୀୟ ଭାଗଟିକୁ ଲୋକେ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ଛୋଟ ପରଦାର ଅଭିନେତ୍ରୀ ଉର୍ଫି କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଜବ ବିବୃତି ହେଉ ବା ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସିଥାନ୍ତି । ଏଥିଲାଗି ଅନେକ ଉର୍ଫିଙ୍କୁ ସମାଲୋଚନା କରୁଥିବା ବେଳେ ଆଉ କିଛି ତାଙ୍କର ପ୍ରଶଂସକ ବି ରହିଛନ୍ତି । ‘ବିଗ୍ ବସ୍ ଓଟିଟି’ରୁ ଲାଇମ୍ ଲାଇଟରେ ଆସିଥିବା ଉର୍ଫି ଏବେ ବଲିଉଡ ଡେବ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ଏହାକୁ ନେଇ ବେଶ୍ ଉତ୍ସାହିତ ମଧ୍ୟ ଅଛନ୍ତି ।

ଏକତା କପୁରଙ୍କ ଏହି ଫିଲ୍ମ ‘ଲଭ୍ ସେକ୍ସ ଔର ଧୋକା ୨’ରେ ଉର୍ଫି ମୁଖ୍ୟ ଭୂମିକାରେ ଅଭିନୟ କରିବେ । ସେହିପରି ଏହି ଫିଲ୍ମରେ ‘ବିଗ୍ ବସ୍ ୧୬’ର ପ୍ରସିଦ୍ଧ ଅଭିନେତ୍ରୀ ନିମ୍ରିତ୍ କୋର୍ ଅଲୁୱାଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ନିମ୍ରିତଙ୍କୁ ଏହି ଅଫ୍‌ର ସୋ’ ମଧ୍ୟରେ ହିଁ ମିଳିଥିଲା, ଯେତେବେଳେ ସିନେ ନିର୍ମାତା ଏକ୍‌ତା କପୁର ଏକ ଟାସ୍କ ନେଇ ବିଗ୍‌ବସ୍ ଘରକୁ ଯାଇଥିଲେ ।

Leave A Reply

Your email address will not be published.