Latest Odisha News

ସୁନ୍ଦରଗଡରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜରେ ଅବସ୍ଥିତ ତୁନମୁରା ପଞ୍ଚାୟତ ନିକଟସ୍ଥ ଅଟୋମୁଣ୍ଡା ଗ୍ରାମରେ ଗତକାଲି ହାତୀ ପଲ ପ୍ରବେଶ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ । ଏହି ସମୟରେ ଦୁର୍ଭାଗ୍ୟବଶତଃ ଉକ୍ତ ଗ୍ରାମର ଜଣେ ବୃଦ୍ଧ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ।

ପରେ ହାତୀଟି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ସହ ଦଳି ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ ବୃଦ୍ଧଙ୍କ ନାମ ନରବେଟ କୁଲୁ ବୋଲି ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଏହି ଘଟଣାରେ ଗ୍ରାମବାସୀମାନେ ଅତ୍ୟନ୍ତ ଭୟଭୀତ ହୋଇପଡିଥିବା ବେଳେ ବନବିଭାଗ ଉକ୍ତ ଅଞ୍ଚଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Comments are closed.