Latest Odisha News

BREAKING NEWS

ଆଜିଠୁ ଭୁବନେଶ୍ୱର-ସୁରଟକୁ ସିଧାସଳଖ ବିମାନ ଉଡାଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରଟ୍ ଲାଗି ସିଧାସଳଖ ବିମାନ ସେବା ସୋମବାର ଠାରୁ ପ୍ରଦାନ କରିଛି ଏୟାର ଇଣ୍ଡିଆ ବିମାନ । ଏହାଫଳରେ ଓଡିଶାବାସୀଙ୍କର ବହୁଦିନର ଦାବି ପୂରଣ ହୋଇଛି ।

ଏହା ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୮ଟା ୪୦ମି. ବାହାରି ସୁରଟରେ ସକାଳ ୧୦ଟା ୪୦ମି.ରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ଏହି ବିମାନ ସୁରତକୁ ସପ୍ତାହରେ ଦୁଇ ଦିନ ଚଳାଚଳ କରିବାନେଇ ସୁତ୍ରରୁ ପ୍ରକାଶ ।

ଅଧିକ ପଢନ୍ତୁ:- ଭୁବନେଶ୍ୱର-ସୁରଟ୍ ଲାଗି ଏୟାର ଇଣ୍ଡିଆର ଟିକେଟ୍ ବୁକିଂ ଆରମ୍ଭ, ଜାଣନ୍ତୁ କେତେ ରହିଛି ଦାମ୍‌

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ଏକ ବୈଠକରେ ବିଜେପି ନେତା ଅପରାଜିତା ଷଡଙ୍ଗୀ ପ୍ରବାସୀ ଓଡିଆଙ୍କ ଯାତାୟାତ ତଥା ସୁବିଧା ଲାଗି ତୁରନ୍ତ ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ବିମାନ ଚଳାଚଳ କରିବା ଲାଗି ଅନୁରୋଧ କରିଥିଲେ । ପରେ ଏନେଇ ଚିନ୍ତା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ।

Leave A Reply

Your email address will not be published.