ଅଯୋଧ୍ୟା: ସମ୍ପତ୍ତି ପାଇଁ ପରିବାରର ୫ ଜଣଙ୍କୁ ହତ୍ୟା । ଉତ୍ତରପ୍ରଦେଶର ଅଯୋଧ୍ୟାରେ ବିଳମ୍ବିତ ରାତିରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଇନାୟତ ନଗର ଥାନା ଖାନପୁର ନିସାରୁ ଗାଁରେ ସମ୍ପର୍କୀୟ ଭଣଜା ସମ୍ପତ୍ତି ପାଇଁ ମାମୁ, ମାଇଁ ସହ ତିନି ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ୧୦ ବର୍ଷରୁ କମ୍ ବୟସର ୨ ପୁଅ ଓ ଜଣେ ଝିଅକୁ ବି ଛାଡ଼ିନି ସମ୍ପତ୍ତି ଲୋଭୀ ଭଣଜା ।
ବିଳମ୍ବିତ ରାତିରେ ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଖସି ପଳାଇଥିବା ବେଳେ ପୋଲିସ ଖୋଜିବା ପାଇଁ ୫ଟି ଟିମ୍ ଗଠନ କରିଛି । ଅଯୋଧ୍ୟା ଏସପି ଶୈଳେନ୍ଦ୍ର କୁମାର ପାଣ୍ଡେଙ୍କ ଅନୁସାରେ, ନିସାରୁ ଗାଁରେ ରାକେଶ ଓ ତାଙ୍କ ପତ୍ନୀ ଓ ସେମାନଙ୍କ ତିନିଛୁଆଙ୍କୁ ହତ୍ୟା କରାଯାଇଛି । ୫ ଜଣଙ୍କୁ ହତ୍ୟା ପରିବାର ସହ ରହୁଥିବା ଭଣଜା କରିଛି ।
Comments are closed.