ମୋରଡା : ଦିନକୁ ଦିନ ବଢି ଚାଲିଛି ହାତୀ ଆତଙ୍କ । ଗାଁ ଭିତରେ ହାତୀ ପଶିବା ସହିତ ଘରଦ୍ୱାର ଭାଙ୍ଗି ଚାଲିଛନ୍ତି । ସେହିଭଳି ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀ । ଏପରିକି ମଣିଷ ହାବୁଡରେ ପଡିଲେ ନିସ୍ତାର ନାହିଁ । କିଛି ଦିନ ହେଲା ମୋରଡା ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଛନ୍ତି ।
ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ରାସଗୋବିନ୍ଦପୁର ରେଞ୍ଜ ଅଧିନ ଭଦୁଆଶୋଳ ଗାଁର ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କୌଣସି କାମ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲା । ହାତୀ ଆକ୍ରମଣରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ସେପଟେ ହାତୀ ଯୋଗୁ ଗାଁର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି
Comments are closed.