Latest Odisha News

BREAKING NEWS

ଶାଳୀକୁ ଭଲ ପାଉଥିଲା ବୋଲି ଗଳା କାଟି ଦେଲା ଭିଣୋଇ

ପାରାଦୀପ: ପାରାଦୀପ ଆଦର୍ଶ ଥାନା ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଶାଳୀକୁ ପ୍ରେମ କରୁଥିବା ପ୍ରେମିକର ଗଳା କାଟି ହତ୍ୟା କରିଛି ଭିଣୋଇ । ସବୁଠାରୁ ବଡ଼ କଥା ହେଲା ପାରାଦୀପ ଆଦର୍ଶ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ହତ୍ୟାକାଣ୍ଡ ଘଟିଥିଲେ ବି ପୋଲିସ ଟେର୍ ପାଇ ନଥିଲା ।

ଯାହାକୁ ନେଇ ପୋଲିସର ପାଟ୍ରୋଲିଂ ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି । ମୃତକ କେନ୍ଦ୍ରାପଡ଼ାର ଟୁବୁଲି ଜେନା । ସେ ୨୫ ଦିନ ତଳେ ପାରାଦୀପ ଆସି ରେବିକା ହୋଟେଲରେ କାମ କରୁଥିଲେ । ଆଉ ଗତ ରାତିରେ ସେହି ହୋଟେଲରେ କାମ କରୁଥିବା ରମେଶ, ଟୁବୁଲିକୁ ଗଳାକାଟି ହତ୍ୟା କରିଛି । ସକାଳୁ ଖବର ପାଇ ରକ୍ତ ଜୁଡ଼ୁବୁଡ଼଼ୁ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଭିଯୁକ୍ତ ରମେଶ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଥାନା ଠାରୁ ମାତ୍ର ୩୦ ମିଟର ଦୂରରେ ଏତେ ବଡ଼ ହତ୍ୟାକାଣ୍ଡ ଘଟିଥିଲେ ବି କିଭଳି ଜାଣି ପାରିଲାନି ପୋଲିସ ? ପାରାଦୀପରେ ହେଉନି କି ପୋଲିସ ପାଟ୍ରୋଲିଂ ? ତେବେ ଅଭିଯୁକ୍ତ ରମେଶ ଓ ଟୁବୁଲିର ଘର ଗୋଟିଏ ଗାଁରେ ହୋଇଥିବା ବେଳେ ହତ୍ୟାକାଣ୍ଡ ପରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Leave A Reply

Your email address will not be published.