Latest Odisha News

BREAKING NEWS

ଏପଟେ ରାଜଧାନୀ ସିଝୁଛି; ସେପଟେ ଦୁଇ ଜିଲ୍ଲା ପାଇଁ କାଳବୈଶାଖୀ ଚେତାବନୀ

ନୂଆଦିଲ୍ଲୀ:ସକାଳୁ ସକାଳୁ ଅସ୍ତବ୍ୟସ୍ତ କରୁଛି ତାତି । ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱର ତାତି ୩୪ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁସାରେ, ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୭୧ ପ୍ରତିଶତ ରହିଛି ।

ଆଜି ଦିନ ସାଢେ୧୧ଟା ସୁଦ୍ଧା ସମ୍ବଲପୁର ୪୧ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଆଜି ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୪୦.୬ ଡିଗ୍ରୀ ଥିବାବେଳେ  ଭୁବନେଶ୍ୱରର ତାପମାତ୍ରା ୩୯.୬ ଡ଼ିଗ୍ରୀ,  ହୀରାକୁଦର ୩୯.୬,  ଡ଼ିଗ୍ରୀ ଚାନ୍ଦବାଲିର ୩୮.୬ ଡ଼ିଗ୍ରୀ,  ବାଲେଶ୍ୱରର ୩୭.୮ ଡ଼ିଗ୍ରୀ,  କେନ୍ଦୁଝରର ୩୬.୬ ଡ଼ିଗ୍ରୀ,  ଗୋପାଳପୁରର ୩୪.୮ ଡ଼ିଗ୍ରୀ,  ପୁରୀର  ୩୪.୪ଡ଼ିଗ୍ରୀ ଏବଂ ପାରାଦୀପର ୩୩.୮ ଡ଼ିଗ୍ରୀ ଥିଲା । 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଜି ସମ୍ବଲପୁର ତାପମାତ୍ର ୪୪ଡିଗ୍ରୀକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଝାରସୁଗୁଡା, ବଲାଙ୍ଗିର, ସୋନପୁର ଏବଂ ଟିଟିଲାଗଡର ତାପମାତ୍ରା ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ଇତିମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ମୟୂରଭଞ୍ଜ ଏବଂ କେନ୍ଦୁଝରକୁ ୟେଲାେ ୱାଣ୍ଣିଂ ଜାରି କରାଯାଇଛି । ମଧ୍ୟାହ୍ନ ସାଢେ ଦୁଇଟା ସୁଦ୍ଧା ଏହି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ୩୦ରୁ ୩୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ବଜ୍ରପାତ ଅଘଟଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସତର୍କ ରହିବା ପାଇଁ ସଚେତନ କରିଛି ପାଣିପାଗ ବିଭାଗ ।

 

Leave A Reply

Your email address will not be published.