ଓ୍ବାଶିଂଟନ୍: ପିଆଜ ନ କାଟିବାରୁ ପ୍ରେମିକାଙ୍କୁ ହତ୍ୟା କଲେ ପ୍ରେମିକ । ଆମେରିକାର ଇଣ୍ଡିଆନ ରାଜ୍ୟରେ ଏପରି ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ପ୍ରେମିକ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ପ୍ରେମିକ ହେଉଛନ୍ତି ଚାର୍ଲସ । ମୃତକ ମହିଳା ହେଲେ ମାର୍ସିଆ ଲିଙ୍କସ୍।
ସୂଚନା ଅନୁସାରେ, ଚାର୍ଲସ ପିଆଜ କାଟୁଥିଲେ। ପିଆଜକୁ ଠିକରେ ଧରି ନଥିବାରୁ ତାଙ୍କ ପ୍ରେମିକା ତାଙ୍କୁ ରାଗିଯାଇ ଗାଳିଗୁଲଜ କରିଥିଲେ। ଏହାପରେ ହଠାତ ପ୍ରେମିତା ମାର୍ସିଆ ତାଙ୍କୁ ଏକ ଛୁରି ଧରି ଆକ୍ରମଣ କରିଥିଲେ। ତେବେ ଚାର୍ଲସ କହିଛନ୍ତି ଝଗଡା ସମୟରେ ନିଜ ଆତ୍ମରକ୍ଷା ପାଇଁ ସେ ମାର୍ସିଆଙ୍କୁ ଜୋରରେ ଧରିଥିଲେ। ମାତ୍ର ଅସାବଧାନତା ହେତୁ ତାଙ୍କ ବେକରେ ଛୁରି ଲାଗିଯାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ପୋଲିସର ସୂଚନା ଅନୁଯାୟୀ, ହତ୍ୟା ପରେ ଚାର୍ଲସ ପୋଲିସ ଷ୍ଟେସନକୁ ଯୋଗାଯୋଗ କରିଥିଲେ। ଚାର୍ଲସଙ୍କ ଫୋନ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ପୋଲିସ ମାର୍ସିଆଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ ରୋଷେଇ ଘରେ ପିଆଜର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ମିଳି ନ ଥିଲା। ମୃତଦେହ ପାଖରେ କେବଳ ରକ୍ତଲଗା ଛୁରୀ ରଖାଯାଇଥିଲା। ପୋଲିସ ମହିଳାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଦେଖିବାକୁ ପାଇଥିଲା। ଏହାପରେ ଚାର୍ଲସ ମିଛ କହୁଥିବା ପୋଲିସ କହିଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି।
Comments are closed.