ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ବିଭତ୍ସ ହତ୍ୟା । ଶ୍ରଦ୍ଧା ହତ୍ୟା ଘଟଣାର ହେଲା ପୁନରାବୃତ୍ତି । ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ । ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା ୨୪ ବର୍ଷୀୟ ପ୍ରେମିକ ସାହିଲ ଗେହଲଟ । ସାହିଲଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ନଜଫଗଡ୍ ମିତ୍ରୋନ୍ ଗାଁରେ ଘଟିଛି ଶ୍ରଦ୍ଧାପୁନୱାଲ ହତ୍ୟାକାଣ୍ଡର ପୁନରାବୃତ୍ତି ।ସାହିଲ ପ୍ରେମିକା ନିକ୍କି ଯାଦବଙ୍କ ସହ ଦୀର୍ଘବର୍ଷ ହେବ ଏକାଠି ରହୁଥିଲେ । ହେଲେ ସାହିଲଙ୍କ ପରିବାର ଏହି ବିବାହକୁ ବିରୋଧ କରିବା ସହ ଅନ୍ୟତ୍ର ବାହାଘର ଠିକ କରିଥିଲେ । ଫେବ୍ରୁଆରୀ ୯ରେ ସାହିଲଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲା । ଖବର ପାଇ ୯ ତାରିଖରେ ନିକ୍କି ସାହିଲଙ୍କ ପାଖରେ ପହଞ୍ଚିଥିଲେ । ଏହି ବିବାହକୁ ନିକ୍କି ବିରୋଧ କରିବାରୁ ସାହିଲ ମୋବାଇଲ କେବୁଲରେ ତଣ୍ଟିଚିପି ତାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ନିଜ ଢାବାରେ ଥିବା ଫ୍ରିଜ୍ରେ ମୃତଦେହକୁ ଲୁଚାଇ ରଖିଥିଲା ।
ପୁଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ମହିଳାଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି ।
Comments are closed.