Latest Odisha News

BREAKING NEWS

ଠେକୁଆ ମାଂସ ପାଇଁ ସ୍ତ୍ରୀହନ୍ତା ସାଜିଲା ମାତାଲ ସ୍ୱାମୀ

ପାଟଣାଗଡ: ଛୋଟଛୋଟ କଥାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳିଝଗଡା ଲାଗିବା କିଛି ନୂଆ କଥା ନୁହେଁ । ହେଲେ ସେହି ସାମାନ୍ୟ ଝଗଡା ଯଦି ହତ୍ୟାକାଣ୍ଡର ରୂପ ନିଏ, ତେବେ କ’ଣ କରିବେ ଆପଣ ? ବଲାଙ୍ଗୀର ଜିଲ୍ଲାରେ ଠେକୁଆ ମାଂସ ଖାଇବାକୁ ନେଇ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇନଥିଲା । ଏହିଶ୍ଟଣାଟି ମନକୁ ଅବିଶ୍ୱାସ ଲାଗୁଥିଲେ ବି ଏହା ଶତ ପ୍ରତିଶତ ସତ ।

ପାଟଣାଗଡ ବ୍ଲକ ଅନ୍ତର୍ଗତ ଭରତବାହାଲ ଗାଁର ପୁରନ୍ଦର ନାଏକ । ଗତକାଲି ସଂଧ୍ୟାରେ ମଦ ନିଶାରେ ଚୁର ହୋଇ ଘରକୁ ଫେରିଥିଲା । ରାତିରେ ସ୍ତ୍ରୀ ପୋଷିଥିବା ଠେକୁଆ ମାଂସ ଖାଇବାକୁ ଜିଦ୍ ଧରିଥିଲା । ହେଲେ ସ୍ତ୍ରୀ ଅମ୍ବିକା ନାଏକ ଏଥିରେ ରାଜି ନହେବାରୁ ଟାଙ୍ଗୁଆରେ ମୁଣ୍ଡକୁ ଚୋଟ ମାରିଥିଲା ପୁରନ୍ଦର ନାଏକ । ଫଳରେ ଘଟଣାସ୍ଥଳରେ ଉଡିଯାଇଥିଲା ଅମ୍ବିକାଙ୍କ ପ୍ରାଣବାୟୁ ।

ଅମ୍ବିକାଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରେ ଚମ୍ପ୍‌ଟ ମାରିଥିଲା ଅଭିଯୁକ୍ତ ସ୍ୱାମୀ ପୁରନ୍ଦର ନାଏକ । ଅନ୍ୟପଟେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ । ଏହି ମାମଲାର ତଦନ୍ତରେ ଖୋଦ ପାଟଣାଗଡ ଉପଖଣ୍ଡ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.