ବରଗଡ: ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀଙ୍କୁ ହତ୍ୟା କରିଥିଲା ନୃଶଂସ ସ୍ୱାମୀ । ୨୦୨୧ର ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ୫ବଷ ର୍ ପରେ ଅଭିଯୁକ୍ତ ସ୍ୱାମୀକୁ ୧୦ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ । ଜରିମାନା ପୈଠ ନକରିଲେ ଅନାଦେୟରେ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବ ହତ୍ୟାକାରୀ ସ୍ୱାମୀ ଟିକେଶ୍ୱର ଖର୍ସେଲ ।
ସୂଚନା ଅନୁସାରେ ୨୯ଜୁନ୍ ୨୦୨୧ ରାତିରେ ଘଟିଥିଲା ଏହି ନିର୍ମମ ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ସୈତାନ ପାଲଟି ଯାଇଥିଲା ସ୍ୱାମୀ । ବାଉଁଶ ଠେଙ୍ଗା ଓ ଲୁହା ରଡରେ ସ୍ତ୍ରୀ କଳ୍ପନାଙ୍କୁ ଏକାଧିକ ଧର ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କ ନାବାଳକ ପୁଅ ହିଁ ଥିଲା ଏକମାତ୍ର ସାକ୍ଷୀ । ତେଣୁ ପୁଅର ସାକ୍ଷୀ, ଡାକ୍ତରୀ ରିପୋ ର୍ଟକୁ ବିଚାର କରି ଆଇପିସି ଧାରା ୩୦୨ ଅନୁସାରେ ହତ୍ୟା ଅଭିଯୋଗ ପ୍ରମାଣିତ ହୋଇଥିଲା ।
ପରିବାରର ଦାୟିତ୍ୱ ଓ ଅଭିଯୁକ୍ତର ବୟସକୁ ଦୃଷ୍ଟିରେ ରଖି ଦଣ୍ଡରେ କୋହଳ ପାଇଁ ପ୍ରତିପକ୍ଷ ଓକିଲ କହିଥିଲେ । ହେଲେ ଏପରି ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଦାବି କରିଥିଲେ ସରକାରୀ ଓକିଲ । ଅପରାଧର ନୃଶଂସତା ଓ ଗମ୍ଭୀରତାକୁ ବିଚାର କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଆଦାୟ ହେଉଥିବା ଜରିମାନା ଅର୍ଥ ମୃତାଙ୍କ ପରିବାର ବା ଆଇନଗତ ଉତ୍ତରାଧିକାରୀଙ୍କୁ ଦେବାକୁ ନିଦ୍ଦେ ର୍ଶ ହୋଇଛି । ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପାଇଁ ଅଦାଲତ ସୁପାରିଶ କରିଛନ୍ତି ।
