Latest Odisha News

ସ୍ତ୍ରୀକୁ ହତ୍ୟା କରିବା ପରେ ଉଲଗ୍ନ କରି ପୂଜାର୍ଚ୍ଚନା କଲା ପିଶାଚ ସ୍ୱାମୀ

କାମାକ୍ଷାନଗର : ଶିବରାତ୍ରୀରେ ତନ୍ତ୍ର ପାଇଁ ବଳି ପଡିଲା ସ୍ତ୍ରୀ । ପିଶାଚ ସ୍ୱାମୀର ନାରକୀୟ କାଣ୍ଡ । ଢେଙ୍କାନାଳ ତନ୍ତ୍ର ସାଧନା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଲା ପିଶାଚ ସ୍ୱାମୀ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି ।

ସ୍ତ୍ରୀକୁ ହତ୍ୟା କରିବା ପରେ ଉଲଗ୍ନ କରି ଜଙ୍ଗଲ ମଧ୍ୟରେ ଥିବା ପୀଢ଼ରେ ପୂଜାର୍ଚ୍ଚନା କରିଲା ପିଶାଚ ସ୍ୱାମୀ। ମୃତକ ଜଣଙ୍କ ଆମ୍ବପଳାସ ଗାଁର ମମତା ଖଟୁଆ । ପୂର୍ବରୁ ମହିଳା ଜଣଙ୍କ ନିଜ ସ୍ୱାମୀ ଓ ତିନି ଛୁଆଙ୍କୁ ଛାଡି ଅଷ୍ଟମ ଖଟୁଆ ସହିତ ପଳେଇ ଆସି ବିବାହ କରିଥିଲେ ।ଏନେଇ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ ଜୀବନରେ ପ୍ରତିଦିନ କଳହ ଲାଗି ରହୁଥିବାରୁ ଏପରି କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ୱାମୀ ଅଷ୍ଟମ ଖଟୁଆ ପୋଲିସକୁ ଭୂଆଁ ବୁଲାଇବା ପାଇଁ ରଚିଥିଲା ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ  । ଏନେଇ ପିଶାଚ ସ୍ୱାମୀ ଅଷ୍ଟମ ଖଟୁଆ ପରଜଙ୍ଗ ପୋଲିସ ଦ୍ୱାରା ଅଟକ ରହିଛି ।ତେବେ ଶିବରାତ୍ରୀରେ ତନ୍ତ୍ର ସାଧନା ପାଇଁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ସ୍ବାମୀ ଅଷ୍ଟମ ଖଟୁଆ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ  । ସ୍ତ୍ରୀ ମମତା ଦେହରେ ଅନେକ କ୍ଷତ ଚିହ୍ନ ରହିଛି  । ବର୍ତ୍ତମାନ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

 

 

Comments are closed.