ଭୁବନେଶ୍ୱର: ଚିରାଚରିତ ପ୍ରେମରୁ ମନ ଭରିଗଲେ କିମ୍ବା ଫ୍ରେଣ୍ଡସ ୱିଥ ବେନିଫିଟ୍ସ(କେବଳ ଶାରୀରିକ ସଂପର୍କ) ନଚେତ୍ ୱାନ ନାଇଟ ଷ୍ଟାଣ୍ଡ ପାଇଁ ଲୋକେ ଅନଲାଇନ ଡେଟିଂ ଆପ୍ ବ୍ୟବହାର କରନ୍ତି । କିଛି ଥାଆନ୍ତି କେବଳ ଗପ ପାଇଁ ବ୍ୟବହାର କରନ୍ତି । ସେ ଯାହା ବି ହେଉ ପୁରୁଷ ନାରୀ ଭିତରେ ଥିବା ବିବିଧ ସଂପର୍କ ପାଇଁ ଏମିତି ଆପ୍ ସବୁ ତିଆରି ହୋଇଛି ।
କିନ୍ତୁ କେରଳର ଜଣେ ବ୍ୟକ୍ତି ମୁମ୍ବାଇ ଆସି ଡେଟିଂ ଆପ୍ ବ୍ୟବହାରର ଅର୍ଥ ବଦଳେଇ ଦେଇଛନ୍ତି । ଟିଣ୍ଡର ପରେ ଲୋକପ୍ରିୟ ଆପ୍ ‘ବମ୍ବଲ’ରେ ଅନେକ ଲୋକ ଯୋଡ଼ି ହେଉଛନ୍ତି । ହେଲେ କେରଳର ଏହି ବ୍ୟକ୍ତି ଜଣକ ତାଙ୍କର କିଛି ସୁଖ ପାଇଁ ବମ୍ବଲ ଇନଷ୍ଟଲ କରିନାହାନ୍ତି । ତାଙ୍କ ଉଦ୍ଦେଶ୍ୟ ସଂପୂର୍ଣ୍ଣ ଅଲଗା ।
ଏହି ବ୍ୟକ୍ତି ଜଣକ ମୁମ୍ବାଇର ଅନେ୍ଧରୀ ଅଞ୍ଚଳରେ ଘର ଖୋଜିବା ପାଇଁ ବମ୍ବଲ ଇନଷ୍ଟଲ କରିଛନ୍ତି । ସେ ତାଙ୍କ ବାୟୋରେ ଲେଖିଛନ୍ତି ଯେ, ସେ ସାପିଓସେକ୍ସୁଆଲ ନୁହନ୍ତି । ବରଂ ଘରଟିଏ ଖୋଜୁଛନ୍ତି । ତାଙ୍କୁ ଯଦି କିଏ ପସନ୍ଦ କରୁଛନ୍ତି ଆଉ ତା ସହ ଘର ଟିଏ ଖୋଜିଦେବେ । ତାହେଲେ ତାଙ୍କୁ ରାଇଟ ସ୍ୱାଇପ୍ କରନ୍ତୁ ।
ଘର ଖୋଜିଦେଲେ ସେଥିପାଇଁ ଖର୍ଚ୍ଚ ମଧ୍ୟ ଦେବେ ଏହି ଯୁବକ । ସଂପୂର୍ଣ୍ଣ କଥା ଲେଖିଦେଇଛନ୍ତି । ହେଲେ ତାଙ୍କ ପାଇଁ ପସନ୍ଦଯୋଗ୍ୟ ହେବାର ଉପାୟ ହେଉଛି- ବିନା ବ୍ରୋକର ଚାର୍ଜରେ ବାଲା ଘର ଠିକଣା । ଯାହା ତାଙ୍କୁ ରିଲେସନସିପରେ ଆସିବାରେ କିଛି ଅକଳ କରିବନି ।
no YOU’RE looking for a soulmate on bumble, he’s looking to rent a place in bombay pic.twitter.com/s9dfzM3Xfv
— Ana de Aamras (@superachnural) June 15, 2022
Kerela- State with max literacy.
Literate n educated are two very different words.— 10 Bamboos (@Baba_Gyancho) June 15, 2022
It’s tough to find places to rent in Andheri🥲
— Three (@unnfunnyunn) June 15, 2022
ତେବେ ବମ୍ବଲରେ ଏଭଳି ବାୟୋ ଦେଖିବା ପରେ ନେଟିଜେନଙ୍କୁ ମିଳିଯାଇଛି ମିମ୍ ମସଲା । ରବିବାର ଅପରାହ୍ନରୁ ଟ୍ୱିଟରରେ ଏହି ବାୟୋ ସ୍କ୍ରିନସଟ୍ ବୁଲୁଛି । ଶତାଧିକ ଲୋକ ସେୟାର କରିବା ସହ ମଜାଳିଆ କମେଣ୍ଟ କରିଛନ୍ତି ।
Comments are closed.