Latest Odisha News

ପାକିସ୍ତାନ ଦେବାଳିଆ ହୋଇଗଲା ବୋଲି କହିଲେ ଶରିଫଙ୍କ ମନ୍ତ୍ରୀ

ଇସଲାମାବାଦ: ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦେଶର ଅବସ୍ଥା ଏତେ ବିଗିଡ଼ି ଯାଇଛି ଯେ ପାକିସ୍ତାନ ଦେବାଳିଆ ସ୍ଥିତିରେ । ଅହେତୁକ ଦରଦାମ ବୃଦ୍ଧି ଦେଶର ଲୋକଙ୍କୁ ଖଣ୍ଡିଏ ରୁଟି କିଣିବାକୁ କନ୍ଦାଇ ଦେଉଛି । ଆଉ ଏହାରି ଭିତରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ପାକିସ୍ତାନ ଦେବାଳିଆ ହୋଇ ଯାଇଛି । ଆମେ ଦେବାଳିଆ ଦେଶରେ ଅଛୁ ।

ପିଏମ୍ଏଲ୍-ଏନ୍ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ଆସିଫ ଦାବି କରିଛନ୍ତି, ପାକିସ୍ତାନ ଏବେ ଋଣରେ ବୁଡ଼ି ଯାଇଛି । କରଜ ଚୁକାଇବାକୁ ସକ୍ଷମ ନୁହେଁ । ଏକ ଘରୋଇ କଲେଜର ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କଲା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ।

ଦେଶ ଦେବାଳିଆ ହୋଇଥିବା କହିବା ସହ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଖୁବ୍ ବର୍ଷିଛନ୍ତି । କହିଛନ୍ତି ଇମ୍ରାନଙ୍କ ଯୋଗୁ ପାକିସ୍ତାନ ମାଟିକୁ ଆତଙ୍କବାଦୀ ଫେରିଛନ୍ତି । ଇମ୍ରାନଙ୍କ ଯୋଗୁଁ ଆତଙ୍କବାଦୀ ଦେଶର ଭାଗ୍ୟ ରେଖା ଟାଣୁଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ହ୍ରାସ ପାଇ ୩ ଅରବ ଡଲାର ତଳେ ରହିଛି । ଆମାଦାନୀ କଥା ଦେଖିଲେ ମାତ୍ର ୩ ସପ୍ତାହ ପାଇଁ ହାତରେ ଅର୍ଥ ଅଛି । ଫଳରେ ପାକିସ୍ତାନ ଏବେ ଅନ୍ତର୍ଜାତୀୟ ମୁଦ୍ରା କୋଷ ପାଣ୍ଠି ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି ।

Leave A Reply

Your email address will not be published.