Latest Odisha News

BREAKING NEWS

କଟକରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ, ହାତ ବାଜି ଫୁଟିଗଲା ଗୁଳି

କଟକ: ନୂଆବଜାରରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିବା କହିଲେ ଡିସିପି। ଆହତ ସଞ୍ଜୟ ତରାଇଙ୍କୁ ବନ୍ଧୁକ ଦେଖାଉଥିଲେ ୨ ଯୁବକ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିଲା। ହେଲେ କେହି ଗୁଳିମାଡ଼ କରିଥିବା କହିଥିଲେ ୨ ଯୁବକ। ବନ୍ଧୁକ ଖୋକା ଜବତ ସହ ୨ ଅଭିଯୁକ୍ତ ଯୁବକ ଗିରଫ ହୋଇଛନ୍ତି।

ଡିସିପି କହିଛନ୍ତି, ଆମେ ମେଡିକାଲରୁ ଖବର ପାଇଥିଲୁ ଜଣଙ୍କ ଗୋଡ଼ରେ ଗୁଳି ପସିଛି ସେମାନେ ଚିକିତ୍ସା ପାଇଁ ଆସିଛନ୍ତି। ଆମେ ସେଠାରେ ପହଞ୍ଚିଥିଲୁ। ପଚରାଉଚରା ବେଳେ ତାଙ୍କ କଥାରେ ତାଳମେଳ ରହିନଥିଲା। ସନ୍ଦେହ ହେବାରୁ ଆମେ ତଦନ୍ତ ଜୋରଦାର କରିଥିଲୁ। ପରେ ସତ ସାମ୍ନାକୁ ଆସିଥିଲା। ଅପର୍ଣ୍ଣା ନଗରର ଭଗବାନ ରାଉତ ତାଙ୍କ ପାଖରେ ଏକ ବନ୍ଧୁକ ରଖିଥିଲେ।

ଖପୁରିଆ ଅଞ୍ଚଳର ସଞ୍ଜୟ ତରାଇ ତାଙ୍କ ସାଙ୍ଗ। ସନ୍ଧ୍ୟାରେ ଉଭୟ ଭେଟ ହୋଇଥିଲେ। ଭଗବାନ ରାଉତ ତାଙ୍କ ମାଛ ଦୋକାନରେ ତାଙ୍କୁ ବନ୍ଧୁକ ଦେଖାଉଥିଲେ। କେମିତି ଗୁଳି ପଶେ? କେମିତି ଫୁଟାଯାଏ? ଏହି ସମୟରେ ଗୁଳି ଫୁଟି ସଞ୍ଜୟଙ୍କୁ ଗୁଳି ବାଜିଥିଲା। ଏହାପରେ ଘଟଣାକୁ ଲୁଚାଇବା ପାଇଁ ମନଗଢ଼ା କାହାଣୀ ପୋଲିସକୁ କହିଥିଲେ ସଞ୍ଜୟ ଆଉ ଭଗବାନ।

Comments are closed.