Latest Odisha News

BREAKING NEWS

ଆମାଜନ ଜଙ୍ଗଲରେ ହଜି ଯାଇଥିଲେ ଆକୋଷ୍ଟା, ୩୧ ଦିନ ପରେ ହେଲେ ଉଦ୍ଧାର

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ସତ । ବଲିଭିୟାର ୩୦ ବର୍ଷୀୟ ଜୋନାଟନ ଆକୋଷ୍ଟା ଭୟଙ୍କର ଆମାଜନ ଜଙ୍ଗଲରେ ହଜି ଯାଇଥିଲେ । ସାଙ୍ଗମାନଙ୍କ ସହ ଜାନୁୟାରୀ ୨୫ରେ ଶୀକାର କରିବାକୁ ଯାଇଥିବା ଏହି ଯୁବକ ଆଉ ଫେରି ନ ଥିଲା । ବହୁତ ଖୋଜା ଖୋଜି ପରେ ସେମାନେ ଫେରି ଆସିଲେ । ସେ ନ ଫେରିବା ଯୋଗୁ ତାଙ୍କ ପରିବାର ଲୋକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ବିପଦପୂର୍ଣ୍ଣ ଘଂଚ ଜଙ୍ଗଲ ମଧ୍ୟରେ ସେ ଘୁରି ବୁଲିଥିଲେ । ୩୧ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବଲିଭିୟାର ଏକ ସର୍ଚ୍ଚ ଟିମ ତାଙ୍କୁ ଉଦ୍ଧାର କରିଥିଲେ । ଆକୋଷ୍ଟା ବଂଚି କରି ଫେରିବେ ବୋଲି କେବେ ହେଲେ ଆଶା କରି ନ ଥିଲେ । ତଥାପି ସେ ଜଙ୍ଗଲ ମଧ୍ୟରେ ସଂଘର୍ଷ ଜାରୀ ରଖିଥିଲେ ।

ଜିଆ, ପୋକ ଜୋକ ଖାଇ ସେ ବଂଚିବାକୁ ଚେଷ୍ଟା କରିଥିଲେ । ସେ ଏପରି କେତେକ ଫଳ ଖାଇଥିଲେ ଯାହା ସମ୍ପର୍କରେ ସେ ଆଗରୁ ଜାଣି ନ ଥିଲେ । ତାଙ୍କ ଭାଗ୍ୟ ଭଲ ଏହା ମଧ୍ୟରେ ବିଷାକ୍ତ ଫଳ ନ ଥିଲା । ପୃଥିବୀର ଏହି ଘଂଚ ଜଙ୍ଗଲରେ ଅନେକ ମାରାତ୍ମକ ଜୀବଜନ୍ତୁ ରହିଛନ୍ତି । ନିଜ ଜୋତାରେ ପାଣି ସଂଗ୍ରହ କରି ସେ ପିଉଥିଲେ । ବେଳେ ବେଳେ ନିଜ ପରିଶ୍ରାକୁ ପିଇବାକୁ ମଧ୍ୟ ବାଧ୍ୟ ହୋଇଥିଲେ । ଦିନ ବେଳା ସେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଚାଲି ଜନବସତି ଖୋଜିବାରେ ଲାଗିଥିଲେ । ଅନେକ ଥର ସେ ତାଙ୍କ ଯାତ୍ରା ଆରମ୍ଭ କରିବାର କିଛି ଦିନ ପରେ ପୁନର୍ବାର ସେଠାରେ ପଂହଚି ଯାଉଥିଲେ । ତାଙ୍କ ପୂର୍ବରୁ ୧୯୮୧ରେ ଇସ୍ରାଏଲର ୟୋସି ଘିନସବର୍ଗ ୩ ସପ୍ତାହ ଏବଂ ପାଇଲଟ ଆନାଟୋନିଓ ସେନା ୨୦୨୧ରେ ପ୍ଲେନ କ୍ରାଶ ହେବା ପରେ ୩୮ ଦିନ ଧରି ବଂଚି ରହିଥିଲେ ।

Comments are closed.