Latest Odisha News

BREAKING NEWS

ସିଆଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଶଶି ଶେଖର ମହାନ୍ତି, ପ୍ରଦୀପ୍ତ ମହାନ୍ତି ଉପାଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ୧ ମାର୍ଚ୍ଚ ୨୦୨୩ରେ ଅନୁଷ୍ଠିତ ପ୍ରଥମ ପୁନର୍ଗଠିତ ରାଜ୍ୟ ପରିଷଦ ବୈଠକରେ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶଶି ଶେଖର ମହାନ୍ତିଙ୍କୁ ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଓ ପ୍ରଦୀପ୍ତ ମହାନ୍ତିଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି ।

ଶଶି ଶେଖର ମହାନ୍ତି ବର୍ତ୍ତମାନ ଏସାର୍ ମିନ୍‌ମେଟ୍ ଲିମିଟେଡ୍‌ର ସିଇଓ ଓ ପରିଚାଳନା ନିର୍ଦ୍ଦେଶଶକ ଭାବେ କାର୍ଯ୍ୟ କରୁଛନ୍ତି । ଏସାର ମିନ୍‌ମେଟ୍ ଲିମିଟେଡ୍ ହେଉଛି ପ୍ରଶାନ୍ତ ରୁଇୟାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଏସାର୍ ଗ୍ରୁପ୍‌ର ଏକ ଅଂଶ ।

ଶ୍ରୀ ମହାନ୍ତିଙ୍କ ଇସ୍ପାତ ଶିଳ୍ପରେ ଦୀର୍ଘ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ଏବଂ ଅତୀତରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରିଛନ୍ତି । ସେହିଭଳି ପ୍ରଦୀପ୍ତ ମହାନ୍ତି ସୁରେନ୍ଦ୍ର ମାଇନିଂ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ଏନ୍‌ଏମ୍ ଗ୍ରୁପ୍‌)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.