Latest Odisha News

BREAKING NEWS

ମଦ ପିଇବାକୁ ଟଙ୍କା ଦେଲେନି ବାପା, ଛୁରୀ ଭୁସି ମାରିଦେଲା ପୁଅ

କବିସୂର୍ଯ୍ୟନଗର(ଗଞ୍ଜାମ): ମଦ ପିଇବା ପାଇଁ ବାପା ଟଙ୍କା ଦେଲେନି । ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଲା । ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି କୁଳାଙ୍ଗାର ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର କରୁଣାକର ସାହୁ । ହତ୍ୟାକାରୀ ପୁଅ ଫେରାର୍ ଅଛି ।

ଗତକାଲି ରାତିରେ ଏହି ଘଟଣା ଘଟିଥିଲା । କରୁଣାକରଙ୍କ ସାନ ପୁଅ ମଦ ପିଇବାକୁ ତାଙ୍କୁ ଟଙ୍କା ମାଗିଥିଲା । କରୁଣାକର ଟଙ୍କା ନଦେବାକୁ ପୁଅ ପ୍ରଥମେ ଠେଙ୍ଗାରେ ପିଟିଥିଲା ଓ ପରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପରିବାର ଲୋକ ରକ୍ତକ୍ତ ଅବସ୍ଥାରେ କରୁଣାକରଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କବିସୂର୍ଯ୍ୟନଗର ଥାନା ପୋଲିସ ହତ୍ୟକାରୀ ପୁଅକୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି ।

Leave A Reply

Your email address will not be published.