Latest Odisha News

BREAKING NEWS

କରୋନା ନିୟମ ଉଲ୍ଲଂଘନ: ବିଧାୟକଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: କରୋନା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସମାଜବାଦୀ ପାର୍ଟିର ବିଧାୟକ ଆବୁ ଆଜମି ଏବଂ ଅନ୍ୟ ୧୮ ଜଣଙ୍କୁ ମୁମ୍ବାଇ ପୋଲିସ ବୁକ୍ କରିଛି। ଆଜମିଙ୍କ ଜନ୍ମଦିନ ପାଳନ ସମୟରେ କରୋନା ନିୟମ ଉଲ୍ଲଂଘନ କରିଥିବାରୁ ପୋଲିସ ୧୮ ଜଣଙ୍କୁ ବୁକ୍ କରିଛି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳିଛି ଯେ ଆଜମି ତାଙ୍କ ସମର୍ଥକଙ୍କ ସହ ରାସ୍ତାରେ ଉତ୍ସବ ପାଳନ କରୁଛନ୍ତି।

ଆଇପିସିର ଧାରା ୧୮୮ ଏବଂ ୨୬୯ ଅନୁଯାୟୀ ମୁମ୍ବାଇର ଶିବାଜୀ ନାଗର ପୋଲିସ ଷ୍ଟେସନରେ ଏହି ମାମଲା ଦାଏର କରାଯାଇଛି।

ବର୍ତ୍ତମାନ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବା ‌ବେ‌ଳେ ବିନା ମାସ୍କରେ ବିଧାୟକଙ୍କ ଜନ୍ମଦିନ ଉତ୍ସବ ପାଳନ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା।

Leave A Reply

Your email address will not be published.