ଅନୁଗୁଳ: ଭୁଜାଲି ଲଗାଇ ଲୁଟିନେଲେ ୩ ଲକ୍ଷ ଟଙ୍କା । ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଠାରୁ ମାତ୍ର ପଚାଶ ମିଟର ଦୂରରେ ଲୁଟ୍ । ଗ୍ରାହକ ସେବା କେନ୍ଦ୍ର କରି ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ । ଗତକାଲି ଆନନ୍ଦ ସୁନାର ପାଖାପାଖି ତିନି ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି ନିଜ ଘର ସାମନ୍ତସାହିକୁ ଚାଲି ଚାଲି ଯାଉଥିବା ବେଳେ ୨ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ । ଏକ ଆପାଚି ମୋଟରସାଇକେଲରେ ଆସି ହଠାତ ତାଙ୍କୁ ଆକ୍ରମଣ କରିଥିଲେ ।
ତାଙ୍କ ଠାରୁ ଟଙ୍କା ବ୍ୟାଗ ଓ ଲାପଟପ ଛଡାଇ ନେଇ ଫେରାର ହୋଇଯାଇଥିଲେ । ସେ ତତକ୍ଷଣାତ ପୁଲିସକୁ ଖବର ଦେଇଥିଲେ । ଥାନା ଅଧିକାରୀ ଅବିଳମ୍ବେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ପାଳଲହଡାର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଥିଲେ । ଦୁର୍ବୃତ୍ତ ମାନେ ଏକ ଦ୍ରୁତ ଗତିରେ କନ୍ତଳା ଛକ ଦେଇଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ପୋଲିସ ହାତରୁ ଖସି ପଳାଇଥିଲେ ।
ପାଲଲହଡା ପୁଲିସ ଏମାନଙ୍କୁ ଧରିବା ପାଇଁ ତେଲକୋଇ, ଖମାର ଓ ବାରକୋଟ ଥାନାକୁ ପୁର୍ବରୁ ସୂଚନା ଦେଇଥିଲେ ସୁଦ୍ଧା ଦୁର୍ବୃତ୍ତ ମାନେ ଫେରାର ହୋଇଥିବା ସୁଚନା ମିଳିଛି । ଏଭଳି ଘଟଣା ପାଳଲହଡା ଅଞ୍ଚଳରେ ଭୟାର ବାତାବରଣ ଖେଳାଇ ଦେଇଛି ।
Comments are closed.