Latest Odisha News

BREAKING NEWS

ଏବେ ସାମିଲ୍ ହେବ ନାହିଁ ନୂଆ ବିଷୟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ କୌଣସି ନୂଆ ବିଷୟ ସାମିଲ୍ କରାଯିବ ନାହିଁ । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଚଳିତ ବର୍ଷର ପାଠପଢ଼ା ଆରମ୍ଭ ହୋଇ ଯାଇଥିବାରୁ ଆଉ କୌଣସି ନୂଆ ବିଷୟ ସାମିଲ୍ ହେବ ନାହିଁ ।

ତେବେ ପୂର୍ବରୁ ବର୍ଷକୁ ଦୁଇ ଥର ଶିକ୍ଷକ ଓ ଅଭିଭାବକ ବୈଠକ ବସୁଥିଲା । ଯାହାକି ଏଣିକି ବର୍ଷକୁ ୪ ଥର ବସିବ ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟର ସବୁ ସ୍କୁଲରେ ଗୋଟିଏ ଦିନରେ ଅଭିଭାବକ ଓ ଶିକ୍ଷକ ବୈଠକ ବସୁଛି । ଏହା ପଛର ମୂଳ ଉଦ୍ଦେଶ୍ୟ ପିଲାଙ୍କ ପାଟପଢ଼ା ପ୍ରତି ଅଭିଭାବକଙ୍କ ନଜର ରହିବା ।

ମନ୍ତ୍ରୀ ଆହୁରି କହିଛନ୍ତି, ପିଲାମାନେ ସ୍କୁଲରେ ଯେତେ ସମୟ ରହୁଛନ୍ତି ପଢୁଛନ୍ତି । ବିଦ୍ୟାଳୟ ଅପେକ୍ଷା ଛାତ୍ରଛାତ୍ରୀ ଘରେ ଅଧିକ ସମୟ ରହୁଛନ୍ତି । ଅଭିଭାବକ ମାନେ ପିଲାମାନଙ୍କ ପ୍ରତି ଅଧିକ ଧ୍ୟାନ ଦେଇ ଘରେ ଶିକ୍ଷାର ବାତାବରଣ ଦେଇପାରିବେ । ତା’ସହ ପିଲାଙ୍କ କ୍ଷେତ୍ରରେ ରହୁଥିବା ସମସ୍ୟା ନେଇ ଶିକ୍ଷକ ଜଣାଇବା ପରେ ଅଭିଭାବକ ଧ୍ୟାନ ଦେବାକୁ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.