Latest Odisha News

BREAKING NEWS

ଋଷ ଡ୍ରୋନ୍ ଆକ୍ରମଣରେ ଅଚଳ ୟୁକ୍ରେନର ପାୱାର ଗ୍ରୀଡ଼, ଅନ୍ଧାରରେ ୧୫ ଲକ୍ଷ ଲୋକ

କିଭ୍: ୟୁକ୍ରେନ୍-ଋଷ ମଧ୍ୟରେ ଫେବ୍ରୁଆରୀ ୨୪ରୁ ଚାଲିଥିବା ଯୁଦ୍ଧ ଜାରି ରହିଛି । ପୁଟିନ୍ ତାଙ୍କ ଜିଦରୁ ଓହରୁ ନଥିବା ବେଳେ ବହୁତ କ୍ଷତି ସହିଲାଣି ୟୁକ୍ରେନ୍ । ୟୁକ୍ରେନର ଅନେକ ସହରରେ ଋଷ ସୈନ୍ୟ ଧ୍ୱଂସର ତାଣ୍ଡବ ଲୀଳା ରଚିଛନ୍ତି । ଏବେ ଋଷ କାମିକେଜ୍ ଡ୍ରୋନ୍ ଆକ୍ରମଣ କରିଛି ।

ଦକ୍ଷିଣ ୟୁକ୍ରେନରେ ଓଡ଼େଶାରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଫଳରେ ୧.୫ ମିଲିୟନରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଋଷର ଆକ୍ରମଣ ପରେ ଓଡ଼େଶା ପାୱାର ଗ୍ରୀଡ୍ ଅଚଳ ହୋଇ ଯାଇଛି । ଯାହାର ମରାମତି ପାଇଁ ପ୍ରାୟ ୩ ମାସ ସମୟ ଲାଗିବ ।

ଓଡ଼େଶା ଉପରେ ହୋଇଥିବା ଆକ୍ରମଣ ଇରାନୀ ଡ୍ରୋନ୍ କାମିକେଜରୁ କରାଯାଇଛି । ୟୁକ୍ରେନ୍ ସେନା ଆକ୍ରମଣ କରିଥିବା ୨ ଡ୍ରୋନକୁ ଖସାଇ ଦେଇଥିବା ଦାବି କରିଛି । ଏହା ପୂର୍ବରୁ ଗତ ସୋମବାର ଋଷ ସେନା କ୍ରୁଜ୍ ମିସାଇଲ୍ ମାଡ଼ କରିଥିଲା ।

Leave A Reply

Your email address will not be published.