Latest Odisha News

ପ୍ରେମିକାର କଥା ମାନି ବିକିଲେ ଏହି ଜିନିଷ, ୪ ଦିନରେ ରୋଜଗାର ୪୦ ହଜାର… 

ପ୍ରୟାଗରାଜ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି। ଏଠାରେ ବେପାର ମଧ୍ଯ ଭଲ ହେଉଥିବା କୁହାଯାଉଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଜଣେ ଯୁବକଙ୍କ ଏକ ଭିଡିଓ ଭାଇରାଲ ହେଉଛି।

ଯେଉଁଥିରେ ସେ କହୁଛନ୍ତି ଯେ ତାଙ୍କ ପ୍ରେମିକାଙ୍କ ବୁଦ୍ଧି ଯୋଗୁଁ ସେ ହଜାର ହଜାର ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି।ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଯୁବକ ଜଣକ ନିମ୍ବର ଦାନ୍ତ କାଠି ବିକ୍ରି କରୁଛନ୍ତି। ଯିଏକି ମାତ୍ର ଚାରି ଦିନରେ ତିରିଶରୁ ଚାଳିଶ ହଜାର ଟଙ୍କା ରୋଜଗାର କରିଛନ୍ତି। ସେ ମେଳାରେ ବୁଲି ବୁଲି ଦାନ୍ତକାଠି ବିକ୍ରି କରୁଛନ୍ତି।

ମେଳାରେ ଦାନ୍ତକାଠି ବିକ୍ରି କରିବାକୁ ପ୍ରେମିକା ଅନୁପ୍ରାଣୀତ କରିଥିଲେ ବୋଲି ଗର୍ବର ସହ କହିଛନ୍ତି। କୌଣସି ଟଙ୍କା ଖର୍ଚ୍ଚ ନ କରି ଦାନ୍ତକାଠି ବିକିବାକୁ ପ୍ରେମିକା ତାଙ୍କୁ ପରାମର୍ଶ ଦେଇଥିଲେ। ପୂରା ମାଗଣାରେ ଭଲ ଇନକମ୍ ହୋଇପାରୁଛି ବୋଲି ଯୁବକ ଜଣକ ପ୍ରକାଶ କରିଛନ୍ତି।

Comments are closed.